ଗାଇସିଲାଟ ଅଞ୍ଚଳରେ କରୋନା ସଚେତନତା ଅଭାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ କରୋନାର ଦ୍ଵିତୀୟ ଲହର ପ୍ରାରମ୍ଭିକ ବେଳେ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କ ଠାରୁ ଏଠାରେ କରୋନା ରୋଗୀ ସଂଖ୍ୟା କମ୍‌ ଥିଲା । ଯେଉଁ କରୋନା ରୋଗୀମାନେ ବ୍ଲକରେ ରହିଲେ ସେମାନଙ୍କ ପାଇଁ ଗାଇସିଲାଟ ଡାକ୍ତରଖାନରେ ଚିକିତ୍ସା ପାଇଁ କୌଣସି ସୁବିଧା ନଥିଲା ଏମିତି କି ଆଇସୋଲେସନ କୋଠରି ଟିଏ ମଧ୍ୟ ନାହିଁ । କରୋନା ଆକ୍ରାନ୍ତ ରୋଗୀମାନେ ଗାଁ ମାନଙ୍କରେ ବୁଲୁଥିବାର ଜଣାପଡିଛି । ଗାଁ ମାନଙ୍କରେ ଯେଉଁ ମାନଙ୍କୁ ଜ୍ୱର ହେଉଛି ସେମାନେ କରୋନା ଟେଷ୍ଟ ହେବାକୁ ଡାକ୍ତରଖାନାକୁ ଯାଉ ନାହାନ୍ତି । ଆଉ ଯେଉଁମାନେ କରୋନା ଟେଷ୍ଟ ପାଇଁ ଯାଉଛନ୍ତି ଟେଷ୍ଟ ରିପୋର୍ଟ ୨ରୁ ୩ ଦିନ ବିଳମ୍ବରେ ଆସୁଛି । ରିପୋର୍ଟ ବିଳମ୍ବରେ ଆସିବା ଯୋଗୁଁ ସେହି ଟେଷ୍ଟ ହୋଇଥିବା ରୋଗୀର ରିପୋର୍ଟ ପୋଜିଟିଭ ହୋଇଥିବା ପରେ ଜାଣୁଛନ୍ତି । ଯେଉଁଟାକି ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ହେଇଛି । ସୁସ୍ଥ ଲୋକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । କରୋନା ରୋଗୀ ମାନେ ଘରୁ ବାହାରି ବୁଲୁଥିବାର ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଏହି ଦିଗରେ କିଛି ପଦକ୍ଷେପ ନେଉ ନାହାନ୍ତି । ଗାଇସିଲାଟ ବ୍ଲକର ରାଇସଲ ପଦର ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ ଲୋକେ ସାମାଜିକ ଦୂରତା ରଖୁନଥିବା ସହ କେହି ମାସ୍କ ପିନ୍ଧୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଏହିପ୍ରତି ଦୃଷ୍ଟି ଦେବାକୁ ଗାଇସିଲାଟର ସଚେତନ ନାଗରିକମାନେ ଓ ସମାଜସେବୀ ମୁକେଶ କୁମାର ସାହୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

1 × three =