୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି । ଗତ ବର୍ଷ ମଧ୍ୟ କୋଭିଡ଼-୧୯ ମହାମାରୀ ସମୟରେ ଏହି ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦/- ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ୨୦୦୦ ମାସ୍କ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ୨୫୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଥିଲା ବେଳେ ଛତ୍ରପୁର ସ୍ଥିତ ଲେପ୍ରୋସି କଲୋନୀର ୫୦ ପରିବାରକୁ ୨ ଥର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହା ବ୍ୟତୀତ ଛତ୍ରପୁର ସହରରେ ୨୦୦୦ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା । ୪୫ ଜଣ ଭିନ୍ନକ୍ଷମ ପରିବାରକୁ ୫୦୦୦ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହି ଶୁଖିଲା ଖାଦ୍ୟକୁ ନୂଆଦିଲ୍ଲୀର ଗୂଂଜ ଅନୁଷ୍ଠାନ ତରଫରୁ ପ୍ରଦାନ କରିଥିବାରୁ ମହାସଂଘ ତରଫରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁ ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ସୂଚନା ଦେବା ସହ ଆଗାମୀ ଦିନରେ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଗଞ୍ଜାମ ଜିଲ୍ଲାର ୫ ବ୍ଲକରେ ଅକ୍ସିମିଟର, ଥର୍ମାଲ ସ୍କ୍ରିନିିଂ ମେସିନ୍‌, ପିପିଇ କିଟ୍‌ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବଣ୍ଟନ କରାଯିବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

twenty − seventeen =