pakka

ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଳ ଜୀବନ ଅଭିଯାନ ପକ୍ଷରୁ ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ବନଖଣ୍ଡ ଅଧିନରେ ଥିବା ଦେଓଗାଁ ବନାଞ୍ଚଳରେ ଜଙ୍ଗଳ ଜୀବନ ଅଭିଯାନ ପକ୍ଷରୁ ଜଙ୍ଗଳରେ ନିଆଁ ନଲାଗାଇବା ପାଇଁ ଅଭିନବ ଉପାୟରେ ସଚେତନତା ସୃଷ୍ଟି କରାଯାଇଛି । ରବିବାର ଦେଓଗାଁ ରେଞ୍ଜର ଦେଓଗାଁ ଦୈନିକ ବଜାର, ଘୁଚିପାଲି, ରତନପୁର ଗାଁରେ ପାଟଣାଗଡ଼ ବ୍ଲକ ଧୁମାଭଟା ଗାଁର କଳାକାର ସଂଘ ପକ୍ଷରୁ ପାଳା ଗୁରୁ ଜନାର୍ଦ୍ଦନ ବୁଡ଼େକ ଓ ଦଳ ଜଙ୍ଗଳର ନିଆଁ ନ ଲଗାଇବା ଓ ନିଆଁ ଲାଗିଲେ କଣ କ୍ଷତି ହେଉଛି ସେହି ବିଷୟରେ ପାଳା ମାଧ୍ୟମରେ ସଚେତନା ସୃଷ୍ଟି କରିଥିଲେ । ଆଗାମୀ ଦିନରେ ରାଏପାଲି, କନକପୁର, ଗଡ଼ଦ୍ୱାର ସମେତ ଦେଓଗାଁ ବନାଞ୍ଚଳରେ ବିଭିନ୍ନ ସ୍ଥାନରେ କାର୍ୟ୍ୟକ୍ରମ କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି ଫରେଷ୍ଟର ବାବୁଲା ଦାଶ କହିଛନ୍ତି ।

jay balangir
Leave A Reply

Your email address will not be published.

twelve − 10 =