ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଘରକୁ ଫେରୁଥିବା ବେଳେ ଡମ୍ପର ଧକ୍କାରେ ବୃଦ୍ଧାଙ୍କ ପ୍ରାଣଗଲା

ବାଲେଶ୍ଵର : ବାଲେଶ୍ଵର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆଁ ନଈ ପୋଲ ନିକଟରେ ରବିବାର ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରବିବାର ପୂର୍ବାହ୍ନ ସାଢେ଼ ୯ଟା ବେଳେ ବାଲେଶ୍ଵର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆଁନଈ ପୋଲ ନିକଟରୁ ଘରକୁ ଫେରୁଥିଲେ । ଚାନ୍ଦିପୁର ଆଡୁ ଦ୍ରୁତ ବେଗରେ ଯାଉଥିବା ଏକ ଡମ୍ପର ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହେନ୍ଦ୍ରଙ୍କର ମୃତ୍ୟୁ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବୀ କରିଛନ୍ତି । ଅନ୍ୟପଟେ ଚାନ୍ଦିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Leave A Reply

Your email address will not be published.

three × two =