ମୁରିବାହାଲ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ପ୍ରୟାସ ସ୍ୱରୂପ ମୁରିବାହାଲ ବ୍ଲକ ସଦର ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସ୍ଥାନୀୟ ଧନୁଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ସମାଜସେବୀ ଡ. ଅମଜାଦ ଖାଁ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ଦାସ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ, ବ୍ଲକ ଯୋଗାଣ ନୀରିକ୍ଷକ ତଥା ନୋଡାଲ ଅଧିକାରୀ ଅବିନାଶ ବିଶି, ଜିଲ୍ଲା ମହିଳା ମହାସଂଘ ସଭାନେତ୍ରୀ ଆରତୀ କର, ବ୍ଲକ ବିଜେଡ଼ି ସଭାପତି ମିନିକେତନ ପାତ୍ର, ପଞ୍ଚାୟତ ପିଇଓ ପ୍ରକାଶ କୁମାର ପନିକା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ପରେ ଆମ ଓଡିଶା ନବୀନ ଓଡିଶାରେ ମୁରିବାହାଲ ପଞ୍ଚାୟତକୁ ଆସିଥିବା ଅନୁଦାନ ଘୋଷଣା କରିଥିଲେ । ଏହାପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମୁରିବାହାଲର କୈଳାସ ଦଣ୍ଡସେନା ଓ ସାଥୀଙ୍କ ଦ୍ଵାରା ବାହାକ, ଗୁରୁ ଉମାକାନ୍ତ ବେହେରା ଓ ସାଥୀଙ୍କ ଦ୍ଵାରା ଘୁଡୁକା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ସଚେତନଧର୍ମୀ ଷ୍ଟଲ ଖୋଲାଯାଇଥିଲା । ମୁରିବାହାଲ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ସଭା ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଜିଆର୍‌ଏସ୍‌ ରାଜେଶ ପୁଟେଲ, ଯୋଗାଣ ସହାୟକ ଅଜନ୍ତୁଲା ବନଛୋର, ଜିଓ ଟେଗ ଯେମନ୍ତ ବେନିଆଁ, ସମସ୍ତ ସିଆର୍‌ପି, ଏମ୍‌ବିକେ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ପଞ୍ଚାୟତର ସମସ୍ତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × five =