ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ : ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ ସେକ୍ସନ ନୀରିକ୍ଷଣ

  • ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ
  • ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି

ଭୁବନେଶ୍ୱର : ପୂର୍ବତଟ ରେଳପଥ (ଇକୋଆର୍‌)ର ମହାପ୍ରବନ୍ଧକ ମନୋଜ ଶର୍ମା ଇତିମଧ୍ୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ବୌଦ୍ଧ ମଧ୍ୟରେ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ନିର୍ମାଣାଧୀନ ରେଳ ଲାଇନ ସେକ୍ସନକୁ ନିରୀକ୍ଷଣ କରିଛନ୍ତି । ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ସହିତ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ନିରୀକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜନକୈନ୍ଦ୍ରିକ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ ଉଭୟ ପଶ୍ଚିମ ଓ ଉପକୂଳ ଓଡିଶାକୁ ସଂଯୋଗ କରିବା ସହିତ ଦୁର୍ଗମ ଅଞ୍ଚଳ ଜିଲ୍ଲାମାନଙ୍କୁ ମଧ୍ୟ ସେବା ଯୋଗାଇବ ଯାହାର ନିର୍ମାଣ କାର୍ଯ୍ୟ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କର ତୀକ୍ଷ୍ଣ ନଜରରେ ରଖାଯାଇଥିବା ପ୍ରକଳ୍ପ ଗୁଡିକର ଏକ ଅଂଶ । ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୩୦୧ କିମି ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ ୧୫୨.୮୦୫ କିମି ରେଳ ଲାଇନ କାର୍ଯ୍ୟ ସମ୍ପାଦନ ହୋଇସାରିଛି ଏବଂ ଏହା ରେଳ ସେବା ଦ୍ୱାରା ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗିରରୁ ଏହି ଲାଇନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରଖିଛି । ଖୋର୍ଦ୍ଧା ରୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିମି ଏବଂ ବାଲାଙ୍ଗିରରୁ ସୋନେପୁର ପର୍ଯ୍ୟନ୍ତ ୪୭ କିମି କାର୍ଯ୍ୟ ସମାପ୍ତ ହୋଇସାରିଛି । ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ ୭୩ କିମି ଦୈର୍ଘ୍ୟ ନୂତନ ରେଳପଥର କାର୍ଯ୍ୟ ଦ୍ରୁତଗତିରେ ଚାଲୁ ରହିଥିବାବେଳେ ଆସନ୍ତା ଦୁଇମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ରଖାଯାଇଛି । ଅବଶିଷ୍ଟ ରେଳପଥ ନିର୍ମାଣ କାର୍ଯ୍ୟ ଅର୍ଥାତ୍ ଦଶପଲ୍ଲାଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ୭୫ କିଲୋମିଟରର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶା କରାଯାଉଛି ।

Leave A Reply

Your email address will not be published.

five + 19 =