jayashree

ଗଞ୍ଜାମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଛତ୍ରପୁରରୁ ଏସ୍‌.ଆଇ.ଆର୍‌. ସଚେତନତା ପଦଯାତ୍ରା ବାହାରିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ସକାଳେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଚେତନତା ପଦଯାତ୍ରା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ପଦଯାତ୍ରା ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ସର୍କିଟ ହାଉସରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଗଞାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟୀ କଲେକ୍ଟର(ନିର୍ବାଚନ ) ଡ଼ଃ ଅଶୋକ କୁମାର ଖଣ୍ଡା, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବି ଏଲ ଓ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବା ପୂର୍ବକ ଏସ୍‌ଆଇଆର୍‌ ଚାଲିଥିବା ସମୟରେ କ’ଣ କ’ଣ କରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସଠିକ ତଥ୍ୟ ଦେବା ସହ ସମସ୍ତ ବି ଏଲ ଓ ମାନଙ୍କୁ ଏ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.