jayashree

ବିଧାୟକଙ୍କ ବାସଭବନକୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଘଟଯାତ୍ରା ଏକ ନିଆରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାସ ବ୍ୟାପି ସମାହିତ ହୋଇ ଆସୁଥିବା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଅଛି । ଭକ୍ତବତ୍ସଳ ଲୀଳାମୟୀ ଠାକୁରାଣୀ ଆଜି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ବାସଭବନ ଅଭିମୁଖେ ଆଗମନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ଯୋଗଦେଇ ବର୍ଣ୍ଣାଢ଼୍ୟ ଉତ୍ସବର ବିବିଧ ପ୍ରଦର୍ଶନର ପଟୁଆର ଶୋଭାଯାତ୍ରାରେ ମଧ୍ୟ ଏହି ଦୁଇ ଅତିଥୀ ବାହାରିଥିଲେ । ଗୁରୁବାର ସନ୍ଧ୍ୟାରେ ବାହାରିଥିବା ବର୍ଣ୍ଣାଢ଼୍ୟ ସମାରୋହର ଘଟଯାତ୍ରା ଖୁବ୍ ଆକର୍ଷଣୀୟ ଓ ଅନେକ ନିଆରା ସ୍ୱତନ୍ତ୍ର ଥିଲା । ଗୁରୁବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ପ୍ରଥମେ ବିଧାୟକ ଶ୍ରୀ ନାୟକ ଏବଂ ସାଂସଦ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ରହି ଦେବୀଙ୍କ ଠାରେ ଭକ୍ତି ଭାବାବେଗରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଦେବୀଙ୍କ ଆଶୀର୍ବାଦ ଲାଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଦେବୀଙ୍କ ଘଟଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇଉଠିଥିଲା । ଗୁରୁବାର ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଦୋଳି ପସରା, ମୀନା ବଜାରରେ ଅଗଣିତ ଦର୍ଶକ ଉପଭୋଗ କରି ଯାତ୍ରା ମହୋତ୍ସବରେ ବିମୋହିତ ହୋଇଥିଲେ ।

Leave A Reply

Your email address will not be published.