jsm

ସମନ୍ୱିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏକ ଦିବସୀୟ ବେଟି ବଚାଓ ବେଟି ପଢାଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସିଡିପିଓ ବାସନ୍ତୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିପିଡିଓ ଗଜାନନ ନାଏକ, ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ଉତ୍କଳ ଗ୍ରାମ୍ୟବ୍ୟାଙ୍କ ପ୍ରବନ୍ଧକ ଧନଞ୍ଜୟ ପୂଝାରୀ, ଅଙ୍ଗନବାଡ଼ି ସୁପରଭାଇଜର ବୃନ୍ଦାବତି ଟାକ୍ରି, ଯଜ୍ଞନ ବିଶ୍ୱାଳ, ଧନ୍ଦେଇ ସାହୁ, ରଜନୀ ଭୋଇ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ କିଶୋରୀ ବାଳିକା ମାନଙ୍କର ସଶକ୍ତିକରଣ, ଆର୍ଥିକ ସାକ୍ଷରତା, ଡିଜିଟାଲ ଆର୍ଥିକ ସାଧନ, ସୁରକ୍ଷା, ସଞ୍ଚୟ, ସାମାଜିକ ଅଧିକାର, ରାଜନୈତିକ ଅଧିକାର, ଶିକ୍ଷା ଅଧିକାର ଉପରେ ଆଲୋକପାତ କରିଥିଲେ । ସଭାପରେ ବାଳିକାମାନଙ୍କ ମଧ୍ୟରେ ଏକ ଲିଖିତ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଟିକେଶ୍ୱରୀ ମେହେର ପ୍ରଥମ, ଜ୍ୟୋତ୍ସ୍ନାମୟୀ ସାହୁ ଦ୍ୱିତୀୟ, ଶ୍ରିୟା ଦାସ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କାର ସ୍ୱରୂପ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି ସଭାରେ ଶୋଭାବନ ନାୟକ, ଡମ୍ବରୁ ମେହେର, ନିବେଦିତା ବାରିକ, ରଶ୍ମିତା ଦାସ, ଦିବାନୀ ରଣା, ସତ୍ୟବତି ନାଗ, ନେହେରୁ ମେହେର, କିଶୋରୀ ବାଳିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.