csstore

ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂ, ସୁଦପଡ଼ା, ବଲାଙ୍ଗିରଠାରେ ଅଧ୍ୟକ୍ଷା ମୋନାଲିସା ଖୋସଲାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କରାଗଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ୟୁନିଟରେ ଥିବା ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ, ଯଥା ଆଶୀର୍ବାଦ, ପୃଷ୍ଠପୋଷକତା ସହାୟତା ରାଶି, ଯଶୋଦା ଯୋଜନା, ଗ୍ରୀନ ପାସେଜ ସାର୍ଟିଫିକେଟ ଉପରେ ଆବଶ୍ୟକ କାଗଜ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍ ଅଧୀନରେ ଥିବା ବାଲ୍ୟ ବିବାହ ନିଷେଧ ଆଇନ୍, ଶିଶୁ ସୁରକ୍ଷା ଆଇନ୍, ପି ସି ପି ଏନ ଡି ଟି ଆକ୍ଟ, ଶିଶୁ ଶ୍ରମିକ ଆଇନ୍, ପୋସ୍କୋ ଆଇନ୍ ଉପରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂର ସ୍ୱାଗତିକା ନାୟକ, ସଲାମୀ ଟାକ୍ରି, ପୁରନ୍ଦର ସାହୁଙ୍କ ସମେତ ବି ଏସ ସି ନର୍ସିଂର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.