csstore

ମାନ୍ଦଲା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନକେନ୍ଦ୍ରର ଷଷ୍ଠ ମାସିକ ବୈଠକ ସମରସିଂ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସର୍ବ ପ୍ରଥମେ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ପ୍ରଦାନ କରି ପୂଜାର୍ଚ୍ଚନା କରାଯାଇଥିଲା । ଵିଗତ ମାସରେ କରାଯାଇଥିବା କାର୍ଯ୍ୟଗୁଡ଼ିକ ବିଭିନ୍ନ ବିଦ୍ୟାଳୟର ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କରିଥିଲେ । ତା’ପରେ ଡିସେମ୍ବର ମାସର ଶୈକ୍ଷିକ କେଲେଣ୍ଡର, ବହୁଶ୍ରେଣୀୟ ପାଠ ଯୋଜନା, ଗତିବିଧି ଓ ଉପସ୍ଥାପନା କରାଯାଇଥିଲା । ଭାଷା ଓ ଗଣିତ ଶିକ୍ଷାଦାନ ଦୁଇ ଦଳ ପ୍ରସ୍ତୁତ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ପରିଚାଳନା ସହିତ ଡ୍ରପ ଆଉଟ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ସୁବାସ ଧରୁଆ, ଲକ୍ଷ୍ମଣ ସୁନା, ହେମାନନ୍ଦ ତାଣ୍ଡୀ, ଅକୃର ପୁଟା, ଲଳିତ କୁଅଁର, ଅଲେଖ ବନଗୋଲା, ରୋହିତାଶ୍ୱ ନାଗ, ରାଜ କିଶୋର ସେଠ, ରଜନୀ ରାଉତ, ଯଶୋବନ୍ତି ପୁଟେଲ, ଲକ୍ଷ୍ମୀ ମାଝୀ, ନୀରୋଦ ଭୁଏ, ସୁରେଶ ମାଝୀ, କଲ୍ୟାଣୀ ମହାନନ୍ଦ, ବଲ୍ଲଭି ଭୁଏ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.