csstore

ଉନ୍ନତ ଚୁଲ୍‌ହା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଦୁଲେନ ଉଳିମୁଣ୍ଡା ପାଞ୍ଜିକୁପା ଶ୍ରୀଗୁନ ସର୍ଗିପଲା ଗ୍ରାମର ସମସ୍ତ ମହିଳାଙ୍କୁ ନେଇ ଫାୟାର କ୍ଲାଇମେଟ ଫଣ୍ଡ ଇଣ୍ଡିଆ ସଂସ୍ଥା ଦ୍ୱାରା ଉନ୍ନତ ମାନର ଚୁଲ୍‌ହା ଉପରେ ଏକ ସଚେତନତା ପଦଯାତ୍ରା ଉଳିମୁଣ୍ଡାଠାରୁ ଦୁଲେନ ଗ୍ରାମ ଯାଏଁ ଅନୁଷ୍ଠିତ ହୋଇଥିଲା । ପଦଯାତ୍ରା ପରେ ପେଞ୍ଜିକୁପା ଗ୍ରାମରେ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଫାୟାର କ୍ଲାଇମେଟ ଫଣ୍ଡ ଇଣ୍ଡିଆ ସଂସ୍ଥାର ସିଆର୍‌ପି ଉଦିତ ପାତ୍ର ଓ ସହଯୋଗୀ ସିଆର୍‌ପି ତପସ୍ୱିନୀ ଜେନା ଉନ୍ନତ ମାନର ଚୁଲ୍‌ହା ଜମ୍ବୋ ଗ୍ରୀନ ୱେୟ ଏବଂ ପାରମ୍ପରିକ ଚୁଲ୍‌ହା ମଧ୍ୟରେ ଥିବା ପାର୍ଥ୍ୟକ ବିଷୟରେ ମହିଳାମାନଙ୍କୁ ବୁଝାଇ ଥିଲେ । ଜମ୍ବୋ ଗ୍ରୀନ ୱେୟ ଚୁଲ୍‌ହାାରେ ରୋଷେଇ କରିବା ଦ୍ୱାରା କମ କାଠ ଏବଂ କମ୍‌ ସମୟରେ ରୋଷେଇ ହୋଇଥାଏ ଓ ଧୂଆଁ ମଧ୍ୟ ବହୁତ କମ ନିର୍ଗତ ହୋଇଥାଏ । ପାରମ୍ପରିକ ଚୁଲ୍‌ହାରେ ରୋଷେଇ କରିବା ଦ୍ୱାରା ବହୁତ ଧୂଆଁ ନିର୍ଗତ ହୋଇଥାଏ ଯାହା ଫଳରେ ମା’ମାନଙ୍କୁ ବିଭିନ୍ନ ପ୍ରକାରର ଶ୍ୱାସ ଗତ ରୋଗ ହୋଇଥାଏ । ଜୁମ୍ବୋ ଗ୍ରୀନୱେୟ ଚୁଲ୍‌ହା ବ୍ୟବହାର ଦ୍ଵାରା ମା’ମାନେ ଶ୍ୱାସ ରୋଗ ଗତ ସମସ୍ୟାରୁ ମୁକ୍ତି ପାଇପାରିବେ । ଗ୍ରୀନ ୱେୟ ଚୁଲ୍‌ହା ଆମ ପାଇଁ ବରଦାନ ସାଜିବ ବୋଲି ମହିଳାମାନେ ନିଜର ମତବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.