csstore

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମ.ରାମପୁର, (ହେମନ୍‌ନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମରାମପୁର – ଭବାନୀପାଟଣା ରାସ୍ତା ବୁରାଟ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡାକାମାଳ ପଞ୍ଚାୟତ ଆମ୍ବ ଗାଆଁ ବାବୁପଡାର ପ୍ରତାପ ମହାଖୁଡଙ୍କ ପୁତ୍ର ବଣ୍ଟି ମହାଖୁଡ (୨୨) କୌଣସି ଏକ କାମରେ ବାଇକ ଯୋଗେ ବୁରାଟ ଆଡ଼କୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାଯାଇଛି । ରାସ୍ତା କଡରେ ବାଇକ୍ ପଡି ଥିବା ବେଳେ ମୃତକ ଜଣକ ରାସ୍ତା ଉପରେ ପଡ଼ିଥିଲେ । ପରେ କିଛି ଲୋକେ ଏହା ଦେଖି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ମେଡିକାଲରେ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ଜଣାପଡିଛି ।

jayashree
Leave A Reply

Your email address will not be published.