ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ନୂତନ ଭାରତର ପଞ୍ଚସ୍ତୋରୀତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ଼ ରିବନ୍‌ କ୍ଲବ ତରଫରୁ ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ୟୁଥ୍‌ ରେଡ୍‌କ୍ରସ କାଉନସେଲର ଦୁର୍ବାଦଳ ଘିଭେଲା ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ବସନ୍ତ କୁମାର ମନହୀରା ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିକାଶ ପାଇଁ ନିଜ ବକ୍ତବ୍ୟରେ ମତ ରଖିଥିଲେ । ସାମାଜିକ ଗଣମାଧ୍ୟମ ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରୀ ସରିତା ମେହେର ଓ ସୁନୀତା ମେହେର, ପ୍ରଚାର ଫର୍ଦ୍ଧ ତିଆରିରେ ନମିତା ପତ୍ରିମାଲି, ତର୍କରେ କୌଶଲ୍ୟା ଛତ୍ରିଆ, ପ୍ରାଚୀର ଚିତ୍ର ଅଙ୍କନରେ ଶ୍ରଦ୍ଧାଂଜଳି ତରିଆ, କ୍ୱିଜ ପ୍ରତିଯୋଗିତାରେ ସୁନେନା ମେହେର ଓ ଜସମା ପଧାନ, ମାସ୍କ ତିଆରିରେ ଅମିତ ନାଗ, ଗଳ୍ପ ଲିଖନରେ ସ୍ମୃତିଶିଖା ଷଡ଼ଙ୍ଗୀ, ଗୋଷ୍ଠୀ ଆଲୋଚନାରେ ଉର୍ମିଳା ମହାନନ୍ଦ ଓ କମଳା ନାଗ, ରେଡ଼ ରିବନ କ୍ଲବ ବକ୍ତୃତାରେ ଆକାଶ ସାହୁ ଓ ସ୍ୱପ୍ନା ମହାନନ୍ଦ ଏଂ ଫେସ୍‌ ପଟିଂରେ ସିଦ୍ଧାର୍ଥ ଜୈନ ପ୍ରମୁଖ କୃତୀତ୍ୱ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ପ୍ରଶାନ୍ତ କୁମାର ଥନାପତି, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ଏବଂ ଶେଷରେ ଇତିହାସ ବିଭାଗ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବଲାଙ୍ଗିରର ପ୍ରୋତ୍ସାହନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଯୁବଗୋଷ୍ଠୀ ତଥା ସମାଜକୁ ଏକ ସଚେତନତା ବାର୍ତ୍ତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିଛି ।

Leave A Reply

Your email address will not be published.

fourteen − five =

error: Content is protected !!