jsm

ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଆଜି ପୂର୍ବାହ୍ନରେ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରେ ରହିଥିବା ପ୍ରତିମୂର୍ତ୍ତି ଓ ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜେନ୍ଦ୍ର ପାର୍କରେ ଏହି ଅବସରରେ ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ପୌରାଧ୍ୟକ୍ଷ ମଂଟୁ ଖମାରୀ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗିର ମହିଳା ବିଜେଡ଼ି ସଭାନେତ୍ରୀ ଦମୟନ୍ତୀ ବାଗ, ବିଜେଡ଼ି ନେତା ଲକ୍ଷ୍ମଣ ମେହେର, ଟିମା ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ବହୁ ବିଜେଡ଼ି କର୍ମୀମାନେ ଏଥିରେ ଯୋଗଦାନ କରି ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ଦେଶ୍ୟରେ ସ୍ମୃତି ତର୍ପଣ କରିଛନ୍ତି ।

yuvodaya
Leave A Reply

Your email address will not be published.