ବର୍ଷାଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଇ ମନ୍ଦିର ନିକଟ ରାସ୍ତାକଡରେ ଗତକାଲି ବୁଧବାର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିଲା । ତେବେ ବରଗଡ଼ ପୋଲିସ ଦ୍ୱାରା ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା କିନ୍ତୁ ଝିଅର ପରିବାର ଲୋକେ ଶବ ଗ୍ରହଣ କରିବା ପାଇଁ କୁଣ୍ଠା ପ୍ରକାଶ କରିଥିଲେ ଯାହା ପୋଲିସ ପାଇଁ ଅଡ଼ୁଆ ବଢ଼ାଇ ଦେଇଥିଲା । ପରବର୍ତ୍ତୀ ସମୟରେ ବରଗଡ଼ ଟାଉନ ଥାନାରୁ ଖବର ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ମାନେ ଆସି ସ୍ଥାନୀୟ ଜୀରା ନଦୀ କୂଳରେ ସସମ୍ମାନରେ ଶବ ସତ୍କାର କରିଥିଲେ ।ସୂଚନା ଅନୁସାରେ ଯୁବତୀ ଜଣକ ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମା ଗ୍ରାମର ମୀନକେତନ ମହାପାତ୍ରଙ୍କ ଝିଅ ବର୍ଷା ମହାପାତ୍ର । ବର୍ଷା ଦୀର୍ଘ ଦିନ ହେଲା ବରଗଡ଼ ବେହେରାଟିକ୍ରା ଠାରେ ଜଣେ ଯୁବକଙ୍କ ସହିତ ରହି ଆସୁଥିଲେ । ବର୍ଷା ପୂର୍ବରୁ ଜଣେ ଯୁବକଙ୍କୁ ବିବାହ କରିଥିଲେ ହେଲେ ବିବାହର ଏକ ମାସ ପରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ବର୍ଷା ଆସି ବାପ ଘରେ ଗାଇସୀମା ଗ୍ରାମରେ ରହୁଥିଲେ । ସମୟ କ୍ରମେ ସେହି ଗ୍ରାମର ଏକ ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ ଏବଂ ଗତ ଏକ ମାସ ହେଲା ଘରୁ ବାହାରି ଆସି ବେହେରାଟିକ୍ରା ଠାରେ ଏକ ଘର ଭଡା ନେଇ ରହୁଥିଲେ । ତେବେ ଯୁବକ ଜଣକଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ କିଛି ପଇସା ପତ୍ର ନଥିବାରୁ ଅନେକ ସମୟରେ ଉଭୟଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଥିଲା । ଯାହା ତାଙ୍କ ମଧ୍ୟରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିଲା ଅନେକ ସମୟରେ ମାନସିକ ଯନ୍ତ୍ରଣା ସହ୍ୟ କରି ନପାରି ବର୍ଷା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା ସଫଳ ହୋଇନଥିଲେ । ଘଟଣାର ପୂର୍ବ ଦିନ ସେ ଘରୁ କୁଆଡେ ଚାଲିଯିବେ ବୋଲି ତାଙ୍କର ପ୍ରେମିକଙ୍କୁ କହିଥିଲେ ମାତ୍ର ଯୁବକ ଜଣକ ତାଙ୍କୁ ବୁଝାସୁଝା କରି ଏପରି ନକରିବା ପାଇଁ କହିଥିଲେ ଓ ସେ କାମ କରିବାକୁ ଘରୁ ବାହାରି ଯାଇଥିଲେ ସନ୍ଧ୍ୟାରେ ଆସି ଦେଖିବା ବେଳକୁ ବର୍ଷାଙ୍କୁ ଘରେ ନପାଇ ସେ ସବୁଆଡେ ଖୋଜା ଖୋଜି କରିଥିଲେ ସୁଦ୍ଧା ବର୍ଷାଙ୍କୁ ପାଇ ନଥିଲେ । ତେଣୁ ଟାଉନ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ହେଲେ ଟାଉନ ଥାନାରେ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ତାକୁ ଆଉ ଟିକେ ଖୋଜିବା ପାଇଁ କହି ଫେରାଇ ଦେଇଥିଲେ । ପରେ ତା’ ପରଦିନ ଅର୍ଥାତ ବୁଧବାର ସକାଳୁ ବର୍ଷାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ସମୟର ଯନ୍ତ୍ରଣା ଓ ସମାଜର ପ୍ରତାରଣା ଥିଲା ବର୍ଷାଙ୍କ ମୃତ୍ୟୁର ସଂରଚନା । କୋଭିଡ଼ରେ ସ୍ୱାମୀଙ୍କୁ ହରାଇବା ସମୟର ଥିଲା ଯନ୍ତ୍ରଣା । ପରବର୍ତ୍ତୀ ସମୟରେ ସମାଜର ପ୍ରତାରଣାରେ ଜୀବନର ହେଲା ନୂଆଁ ରଚନା । ଭୋକ ଉପାସରେ ଜୀବନ ବିତାଇବା, ଲୋକ ଲଜ୍ଜା କାରଣରୁ ସମସ୍ତଙ୍କ ଠାରୁ ଦୁରେଇଯିବା, ଏସବୁରୁ ମୁକ୍ତି ପାଇଁ ହୋଇଥାଇ ପାରେ ମୃତ୍ୟୁର ମୁଖ୍ୟ କାରଣ ନା ଆଉ କ’ଣ ଏସବୁ ବିଷୟକୁ ଗୁରୁତର ସହିତ ନେଇ ବରଗଡ଼ ଟାଉନ ଥାନାରେ ୧୫୯/୨୨ରେ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ କରୁଥିବା ବିଷୟରେ ବରଗଡ଼ ଟାଉନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

fourteen − 2 =

error: Content is protected !!