ମୁଖ୍ୟ ରାସ୍ତା କଡ଼ରେ ପଡ଼ିଛି ପୋକମାଛି ଭଣ ଭଣ ଗାଈର ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ମୁଖ୍ୟ ରାସ୍ତା କଡ଼ରେ ପଡ଼ିଛି ପୋକମାଛି ଭଣ ଭଣ ଗାଈର ମୃତ ଦେହ । ଗତକାଲି ରାତିରୁ କୌଣସି କାରଣବଶତଃ ଗାଈଟି ମରି ପଡ଼ିଥିବା ବେଳେ ଗାଈର ଶବକୁ କେହି ଉଠାଇନଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ମୁଖ୍ୟରାସ୍ତା କଡ଼ରେ ଶାନ୍ତିପଡ଼ା ମଝାମଝି ସ୍ଥାନରେ ଗାଈଟି ମରି ପଡ଼ିଛି । ତେବେ ତୁରନ୍ତ ଗାଈର ମୃତ ଦେହକୁ ଉଠାଇବା ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି ପଦକ୍ଷେପ ନେବାକୁ ଶାନ୍ତିପଡ଼ାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

two × three =

error: Content is protected !!