ପଦ୍ମପୁରରେ ବାଙ୍ଗଲାଦେଶୀ : ରୋହିଜ୍ଞାଙ୍କ ବେଆଇନ ରହଣୀଙ୍କୁ ନେଇ ପ୍ରଶାସନର ଦ୍ଵାରସ୍ଥ ହେଲେ ସଚେତନ ନାଗରିକ ମଞ୍ଚ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ବେଆଇନ ଭାବରେ ରହୁଥିବା ସଂନ୍ଦିଗ୍ଧ ବାଙ୍ଗଲାଦେଶୀ ଏବଂ ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇ, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପଦ୍ମପୁର ସଚେତନ ନାଗରିକ ମାନଙ୍କ ତରଫରୁ ଚିନ୍ମୟ କୁମାର ପଣ୍ଡା, ପ୍ରତାପ କୁମାର ମିଶ୍ର, ସୁରେଶ ରାମଚନ୍ଦାନୀ, କେଶବ ଚନ୍ଦ୍ର ଜାଲ୍, ସୁନିଲ୍ ଅଗ୍ରୱାଲ, ବାବୁଲୁ ଦୋରା, ଭାସ୍କର ଦାଶ୍, ଗଙ୍ଗାଧର ପାଢ଼ୀ, ଅନିଶ୍ କୋଟେଚା, ନନ୍ଦୁ ଅଗ୍ରୱାଲ, ଅଙ୍କିତ ରାମଚନ୍ଦାନୀ, ଅଖିଳ ପଟ୍ଟନାୟକ, ନିକେଶ ସାହୁ, ସୁରେଶ ସାହୁ, ଅଜୁ ପଟ୍ଟନାୟକ, ଆଶିଷ ଶର୍ମା, ଗୁଣମଣି ପଟେଲ, ଗଜାନନ ଅଗ୍ରୱାଲ, ପ୍ରକାଶ ଦାଶ, ଜ୍ୟୋସ୍ନା କର, ତିଲକ୍ ଖମାରି, ସୁରଜ୍ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.