om academy

ପଶ୍ଚିମାଂଚଳରେ ଯାଦବମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ

  • ଯାଦବ ଅଧିକାରୀ ମଂଚ ଓଡିଶାର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ଯାଦବ ଅଧିକାର ମଂଚ ଓଡିଶାର କାର୍ଯ୍ୟକାରିଣୀ ବୈଠକ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ସଭାପତିତ୍ୱ କରିଥିଲେ ବାଳକୃଷ୍ଣ ଷାଣ୍ଢ, ପରିଚୟ ପ୍ରଦାନ ସଂଯୋଜନା ନରେଶ କୁମାର ବଗର୍ତ୍ତି, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନପୁର ସୁପାର ଠେଲା, ମୁଖ୍ୟ ବକ୍ତା ଏମ୍‌ସିଏଲ୍‌ ଉପ ମହାପ୍ରବନ୍ଧକ (ଖନନ) ଇଂ ଦେବେନ୍ଦ୍ର କୁମାର ଖଣ୍ଡା, ସମ୍ମାନିତ ଅତିଥି ବିଡିଓ ଆର.ଉଦୟଗିରି ଲରିମନ୍‌ ଖରସେଲ, ସମ୍ମାନୀତ ଅତିଥି ଯାଦବ ସମାଜ ମହିଳା ସଭାପତି ଦମୟନ୍ତୀ ବାଗ, ପୌରାଞ୍ଚଳ ଯାଦବ ସମାଜର ସଭାପତି ପଙ୍କଜ ସେଲମା, ଯାଦବ ଅଧିକାର ମଂଚର ଉପଦେଷ୍ଟା ଦିଲିପ କୁମାର ଖର୍ସେଲ, ରାଜ୍ୟ କୋର କମିଟି ସଦସ୍ୟ ସମ୍ବଲପୁରର ଦେବାନନ୍ଦ ଖର୍ସେଲ, କଳାହାଣ୍ଡିର ଯୁଗଳ ପୋଡ, ସୁନ୍ଦରଗଡର ରାହାସ ବିହାରି ଷାଣ୍ଢ, ବରଗଡର କେଶବ ଜାଲ, ସୋନପୁରର ବିକାଶ କୁମାର ହାତୀ ମଂଚାସୀନ ହୋଇଥିଲେ । ସଂଖ୍ୟା ଅନୁପାତରେ ଉଚ୍ଚ ଶିକ୍ଷା, ରାଜନୀତି, ସରକାରୀ ନିଯୁକ୍ତିରେ ଯାଦବମାନଙ୍କ ଭାଗିଦାରୀ ଏବଂ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି ଜଣାଇଥିଲେ ଯାଦବ ଅଧିକାର ମଂଚ ଓଡିଶା । ଉପସ୍ଥିତ ବକ୍ତାମାନେ ଯାଦବମାନଙ୍କ ଇତିହାସ, ସଂସ୍କୃତି, ପରମ୍ପରା ସହ ବର୍ତ୍ତମାନର ସାମାଜିକ ସ୍ଥିତି ବିଷୟରେ ଆଲୋକପାତ କରିଥିଲେ । ସମଗ୍ର ଯାଦବ ଜାତିର ଉନ୍ନତି ସକାଶ ଓଡିଶା ଓବିସି ରିଜରଭେସନ ଲାଗୁ କରିବା ଏବଂ ଜାତୀୟ ସ୍ତରରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ମଂଚାସିନ ବକ୍ତାମାନେ ଦାବୀ ଜଣାଇଥିଲେ । ଯାଦବ ବହୁଳ ପଶ୍ଚିମାଂଚଳରେ ଯାଦବମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆହୁରି ସଂଗଠିତ ହେବା ପାଇଁ ସମସ୍ତ ବକ୍ତା ମତବ୍ୟକ୍ତି କରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟରେ କବିପ୍ରଭା ଘନଶ୍ୟାମ କାର୍ଯ୍ୟକ୍ରମ ସମ୍ପାଦନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଦିଲିପ କୁମାର ଖର୍ସେଲ । ସହଯୋଗ କରିଥିଲେ ଅଷ୍ଟମି ବଗର୍ତ୍ତି, ଖରତମଲ ରାଉତ, ଶଙ୍କର ପୋଡ, ପ୍ରଶାନ୍ତ ମହାକୁର, ବିରେନ୍ଦ୍ର ପାଣ୍ଡେ ଓ ଶତାଧିକ ଯାଦବ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × one =