pakka

ପୂର୍ବତନ ଭାଜପା ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ ଦଳ ଛାଡିଲେ

bbehera
  • ସାଂସଦ ସଂଗୀତା ସିଂଦେଓଙ୍କ କଂଗ୍ରେସ ଯୁକ୍ତ ବଲାଙ୍ଗିର କାର୍ଯ୍ୟକଳାପକୁ ପ୍ରତିବାଦ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ବିଭିନ୍ନ ରାଜନେତାଙ୍କ ଦଳଡିଆଁଡିଇଁ ଚାଲିଥିବା ବେଳେ ବଲାଙ୍ଗିର ଏଥର ବାଦ ପଡିନି । ଆଜି ଭାଜପା ଦଳ ବରିଷ୍ଠନେତା ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ ଦଳ ଛାଡିଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ବ୍ୟକ୍ତିଗତ କାରଣରୁ ଦଳ ଛାଡୁଥିବା ବିଷୟରେ ତାଙ୍କ ଇସ୍ତଫାପତ୍ରରେ ଲେଖିଥିବା ବେଳେ ପ୍ରକୃତରେ ଦେଶରେ ମୋଦୀଜି କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବେଳେ ବଲାଙ୍ଗିରରେ ସାଂସଦ ସଂଗୀତା ସିଂଦେଓ କଂଗ୍ରେସ ଯୁକ୍ତ କାର୍ଯ୍ୟକଳାପ କରୁଥିବାରୁ ସେ ଦଳ ଛାଡିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ, ବଲାଙ୍ଗିର ସାଂସଦ ଟିକେଟ୍‌ ଦୀର୍ଘ ୩୫ ବର୍ଷ ହେଲା ଗୋଟିଏ ପରିବାରରେ ରହିଯାଇଛି । ଦଳକୁ ଏକ ଛାତ୍ରବାଦୀମାନେ ଚଳାଉଛନ୍ତି । ସେହି କାରଣରୁ ସେ ଭାଜପା ଦଳରୁ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି । ପ୍ରକାଶ୍ୟ ଯେ, ପ୍ରଭାସ ପାଣିଗ୍ରାହୀ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବା ବେଳେ ଚାକିରି ପଛରେ ନଗୋଡାଇ ବଲାଙ୍ଗିରରେ ବ୍ୟବସାୟ ଆରମ୍ଭ କରି ଜଣେ ଯୁବ ଉଦ୍ୟୋଗୀଭାବରେ ପରିଚୟ ଲାଭ କରିଛନ୍ତି । ସେ ରାଜେନ୍ଦ୍ର କଲେଜର ଛାତ୍ର ସଂସଦର ପୂର୍ବତନ ସଭାପତି ରହିବା ସହିତ ଏବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅଲୁମ୍ନି କମିଟିର ସଭାପତି ରହିଛଁନ୍ତି । ବିଭିନ୍ନ ସାମାଜିକ ସଂଗଠନମାନଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଆସିଛି । ସେ ଚଳିିତଥର ଭାଜପା ଦଳରୁ ବଲାଙ୍ଗିର ଲୋକସଭା ପ୍ରାର୍ଥି ହେବାକୁ ଆବେଦନ ମଧ୍ୟ କରିଥିଲେ । କିନ୍ତୁ ଦଳ ପୁଣିଥରେ ସାଂସଦ ସଂଗୀତା ସିଂଦେଓଙ୍କୁ ପ୍ରାର୍ଥି କରିଛି । ଯାହାକୁ ପ୍ରଭାସ ବିରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

3 × three =

error: Content is protected !!