
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା କାମଧେନୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ସମସ୍ତ ଦୁଗ୍ଧ ଚାଷୀ ଉପସ୍ଥିତ ଥିଲେ । ସମିତିର ସଭାପତି ବିଶିକେଶନ ପଟ୍ଟନାୟକ ଏବଂ ସଂଘର ମୁରିବାହାଲ କ୍ଷେତ୍ର ପରିଦର୍ଶକ ଯୁଗଳ କିଶୋର ନାଏକଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ହଳଦୀ ଦୁଗ୍ଧ ଉତ୍ପାଦକ ସମିତି ରେଜିଷ୍ଟ୍ରସନ ହୋଇଥିବାରୁ ସମସ୍ତ ଦୁଗ୍ଧ ଚାଷୀଙ୍କୁ ଜଣାଇ ଦିଆଯାଇଥିଲା । ଏହି ଅବସରରେ ସମିତିର ନୂଆ ପରିଚାଳନା ପରିଷଦ ଗଠନ କରାଯାଇଥିଲା । ସମିତିର ନୂତନ ପରିଚାଳନା ପରିଷଦର ସଭ୍ୟ/ସଭ୍ୟା ରୂପେ ପରମାନନ୍ଦ ଘିବେଲା, ଦାଶରଥି ରଣା, ସନ୍ତୋଷ ନାଗ, ଜୟସେନ ବାଗ, ପ୍ରୀତି ବାଗ, ରୁସବ ବାଗ, ଗୌରାଙ୍ଗ ପଟ୍ଟନାୟକ, ବୈକୁଣ୍ଠ ପୁଟେଲ, ରୁସମାନ ଧରୁଆ, ରଞ୍ଜୁ କୁମାର ହାତୀ, ନାରଦ ଯାନୀ, ଡମବୁଢା ମାଝୀ, କ୍ଷେତ୍ରବାସୀ ପାଣିଗ୍ରାହୀ, ବିସିକେଶନ ପଟ୍ଟନାୟକ, କୁମାର ରଣାଙ୍କ ସହ ମୋଟ ୧୫ଜଣ ସଭ୍ୟ/ସଭ୍ୟା ରହିଥିଲେ । ଏହି ପରିଚାଳନା ପରିଷଦ ସଭ୍ୟ/ସଭ୍ୟାମାନଙ୍କ ସର୍ବସମ୍ମତି କ୍ରମେ ନୂତନ ସଭାପତି ରୂପେ ରଞ୍ଜୁକୁମାର ହାତୀ ଓ ଉପସଭାପତି ରୂପେ ପରମାନନ୍ଦ ଘିବେଲାଙ୍କୁ ମନୋନୀତ କରାଯାଇଥିଲା । ସଂଘ ପରିଦର୍ଶକ ସଭାରେ ଗାଈଗୋରୁମାନଙ୍କୁ ଭେକସିନ ଦେବା ଓ ରାଜ୍ୟସ୍ତରୀୟ କାମଧେନୁ ଯୋଜନା ବିଷୟରେ ବୁଝାଇଥିଲେ । ଶେଷରେ ସମିତିର ସମ୍ପାଦକ ଦୋଲେନ ମହାକୁର ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।