pakka

କୂଅରୁ ସ୍ୱାମୀଙ୍କ ଶବ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

bbehera

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ତରା ଗାଁର ଏକ କୂଅରୁ ଏକ ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ଉଦ୍ଧାର ମୃତଦେହ ସେହି ଗାଁର କର୍ଣ୍ଣ ମାଝି(୪୦)ବୋଲି ଜଣାପଡିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବଦାହ ପାଇଁ ହସ୍ତାନ୍ତର କରି ଥାନାରେ ଏକ ମାମଲ ରଜୁକରି ତଦନ୍ତ କରୁଥିବା ଜଣାପଡିଛି । ତେବେ ତାକୁ କେହିଁ ହତ୍ୟାକରି ଆତ୍ମହତ୍ୟାର ରୁପଦେବାକୁ କୂଅରେ ଫିଙ୍ଗି ଦେଇଥିବା ସ୍ତ୍ରୀ ଭୁଜନୀ ମାଝି ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ତରା ଗାଁର କର୍ଣ୍ଣ ମାଝି ଶୁକ୍ରବାର ସକାଳ ୩ଟାରେ ପରିସ୍ରା କରିବାକୁ ବାହାରକୁ ବାହରି ଥିଲେ, ହେଲେ ଆଉ ଘରକୁ ଫେରିନ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ରବିବାର ସନ୍ଧ୍ୟା ୪ଟା ସମୟରେ ଗାଁର ତପନ ବଗର୍ତ୍ତି ଙ୍କ ଘରବାରି ପଟେ ଥିବା କୂଅରୁ ଶବ ଭାସୁଥୁବା ଦେଖିବାକୁ ପାଇଥିଲେ । ପରେ ବେଲପଡା ଥାନାକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବେଲପଡା ଥାନାକୁ ଆଣିଥିଲେ । ପରେ ଏକ ମାମାଲ ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ମୃତକଙ୍କ ୨ପୁଅ, ୨ଝିଅ ଥିବାରୁ ପରିବାର କେମିତି ଚଳିବ ଭାଙ୍ଗି ପଡିଛନ୍ତି । ସରକାରୀ ସହାୟତା ପ୍ରଦାନ କରିବାକୁ ପରିବାର ଲୋକ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

2 × four =

error: Content is protected !!