pakka

ମଣ୍ଡଲ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାକୁ ମାସେରୁ ଅଧିକ ବିତିଲା : ଟେର ପାଉନି ପୁଲିସ, ପ୍ରତିବାଦରେ ବେଲପଡା ଥାନା ଘେରାଉ କଲେ ମଣ୍ଡଲ ଗ୍ରାମବାସୀ

bbehera

ବେଲପଡା, (କରୁଣାକର ବୁଡେକ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଦେବୋ ତ୍ତର ବିଭାଗର ଅଧିନରେ ଥିବା ହଜାର ବର୍ଷ ପୂରୁଣା ମଣ୍ଡଲ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାକୁ ୩୭ ଦିନ ବିତିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଚୋର ମାନଙ୍କୁ ଧରିବାରେ ସଫଳ ହୋଇନି । ଆଜି ମହାପ୍ରଭୁଙ୍କ ରଥଯାତ୍ରା ଥିବା ବେଳେ ତିନି ଠାକୁରଙ୍କୁ ଅଳଙ୍କାର ଶୂନ୍ୟରେ ଦେଖି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାର ପ୍ରତିବାଦରେ ଶତାଧିକ ଲୋକ ବାହାରି ସୋମବାର ବେଲପଡା ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦାର୍ଶନ କରିଛନ୍ତି ।

ବିକ୍ଷୋଭକାରୀ ମାନେ ପ୍ରଥମେ ବେଲପଡା ତାରିଣୀ ମନ୍ଦିର ଠାରେ ଏକତ୍ରୀତ ହୋଇ ସେଠାରୁ ଏକ ବିଶାଳ ଶୋଭାଯାତ୍ରରେ ବାହାରି ବେଲପଡା ଥାନା ସମ୍ମୁଖରେ ପହଁଚି ସେଠାରେ ଦୀର୍ଘ ୩ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରି ଥାନା ଘେରାଉ କରିଥିଲେ । ପରେ ଘଟଣା ସ୍ଥଳରେ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ମାଜିଷ୍ଟ୍ରେଟ ଭାବେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା, ଏଏସ୍‌ଆଇ କିରନ କୁମାର ଜାନୀ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆସନ୍ତା ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚୋର ଏବଂ ଚୋରୀ ସାମଗ୍ରୀ ଉଦ୍ଧାର କରିବାକୁ ପ୍ରତିଶୃତି ପରେ ଗ୍ରାମବାସୀ ମାନେ ଅନ୍ଦୋଳନରୁ ଓହରିଥିବା ଜଣାପଡିଛି । ଉକ୍ତ ଥାନା ଘେରାଉରେ ମଣ୍ଡଲ ଗାଁର ସରପଞ୍ଚ ସସ୍ମିତା ଖମାରୀ, ବନିତା ଖମାରୀ, ଘାସିରାମ ପାଢି, ବଳଦେବ ଠାକୁର, ଭକ୍ତବନ୍ଧୁ ଠାକୁର, ଜଗନ୍ନାଥ ଖମାରୀ, ପ୍ରବୀଣ ପାଢି, ମୁକୁନ୍ଦ ଖମାରୀ, ରୁନା ଅଗସ୍ତି, ଶପିତ ଖାନ, ଗିରିରାଜ ଠାକୁରଙ୍କ ସହିତ ମଣ୍ଡଲ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନାରୁ ପ୍ରକାଶ ଯେ ଗତ ୬/୬/୨୦୨୧ ତାରିଖ ବିଳମ୍ବିତ ରାତ୍ରରେ ମନ୍ଦିର ପାଶ୍ୱର୍ରେ ଥିବା କବାଟକୁ ଭାଙ୍ଗି ଚୋର ମାନେ ଭିତରକୁ ପଶିଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା କରି ଟ୍ରେଜେରିରେ ଥିବା ତିନି ଠାକୁରଙ୍କ ବହୁ ପୂରାତନ ଅଳଙ୍କାର ମାନ ଚୋରି କରିନେଇଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ପକ୍ଷରୁ ବେଲପଡା ଥାନାରେ ଅଭିଯୋଗ କରିଥିଲେ । ହେଲେ କିଛି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ପକ୍ଷରୁ ଥାନା ଘେରାଉ କରାଯାଇଥିବା ଜଣାପଡିଛି ।

  • ଦିନକ ପାଇଁ ଦୋକାନ ବଜାର ବନ୍ଦ

ତିନି ଠାକୁରଙ୍କ ଅଳଙ୍କାର ଚୋରିକୁ ନେଇ ପୁଲିସ ନିଷ୍କ୍ରିୟ ହୋଇପଡିଛି । ଚୋର ମାନଙ୍କୁ ଧରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ସୋମବାର ମଣ୍ଡଲ ଗ୍ରାମବାସୀ ପକ୍ଷରୁ ଗାଁରେ ଥିବା ସମସ୍ତ ଦୋକାନ ବଜାର ଦିନକ ପାଇଁ ବନ୍ଦ କରିଛନ୍ତି । ସକାଳ ୬ଟାରୁ ସଦ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରିଥିବା ଜଣାପଡିଛି ।

  • ବନ୍ଦ ହେଲା ହଜାର ବର୍ଷର ପୂରୁଣା ପରମ୍ପରା

ଦେବୋତ୍ତର ବିଭାଗ ଅଧିନରେ ଥିବା ମଣ୍ଡଲ ଜଗନ୍ନାଥ ମନ୍ଦିର ହଜାର ବର୍ଷ ପୂରୁଣା ମନ୍ଦିର ଏଠାରେ ବହୁ କିମ୍ବଦନ୍ତି ରହିଥିବା ବେଳେ ପୁରୀ ଜଗନ୍ନାଥ ମନ୍ଦିର ନୀତି ନିୟମକୁ ପାଳନ କରି ସମସ୍ତ ପ୍ରକାରର ପୂଜର୍ଚ୍ଚନା କରାଯାଏ । ଏବର୍ଷ କରୋନା କଟକଣା ସହ ମନ୍ଦିରରୁ ପୁରୁଣା ଅଳଙ୍କାର ମାନ ଚୋରି ହୋଇଯାଇଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବ ପଡିଥିବା ମନ୍ଦିର ପୂଜାକ ମାନେ କହିଛନ୍ତି ।

jay balangir
Leave A Reply

Your email address will not be published.

five × one =

error: Content is protected !!