pakka

କଣ୍ଟାମାଳରେ କାର୍ ସମେତ ୭୭ କେଜି ଗଞ୍ଜେଇ ଜବତ : ୨ଗିରଫ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପଡୋସୀ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ବେଳେ ପୋଲିସ ପାଇଁ ଚାଲାଣକାରୀଙ୍କୁ ଧରିବା ଚ୍ୟାଲେଜିଂ ହୋଇପଡିଛି । ତେବେ ଆଜି କଣ୍ଟାମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଆଜି ପୋଟ୍ରୋଲିଂ କରୁଥିବା ସମୟରେ କଣ୍ଟାମାଳ ନିକଟରେ ଏକ ଇଣ୍ଡିକା କାର୍ ସହ ସେଥିରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ୍ କରିଛି ପୁଲିସ୍ । ଗାଡ଼ିର ଡ୍ରାଇଭର ସମେତ ଜଣେ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରୁ କଣ୍ଟାମାଳ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଣ୍ଟାମାଳ ପୋଲିସ ହାତରେ ଧରାପଡିଥିଲା ।

ପୋଲିସ ଏକ ଇଣ୍ଡିକୋ ସିଏସ୍ କାର୍ ଓଆର୍ ୦୨ ବିବି ୫୩୬୦ ସମେତ ୩ଟି ବସ୍ତାରେ ଥିବା ଦେଢଲକ୍ଷ ମୁଲ୍ୟର ୭୭.୫କେଜି ଗଞ୍ଜେଇ ଜବତ କରିଛି । ଗାଡି ଚାଳକ ଉମେଶ ଚନ୍ଦ୍ର କହଁର(୨୪) ଓ ଗଞ୍ଜେଇ ଚାଲାଣକାରୀ ଜୀବର୍ଦ୍ଧନ ଦିଗାଳ (୪୮)ଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ତପନ ଦିଗାଳ ଫେରାର ମାରିଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ବୋଲି କଣ୍ଟାମାଳ ଥାନାଧିକାରୀ ଅଶ୍ୱିନୀ ଭିତିରିଆ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ କଣ୍ଟାମାଳ ଥାନାରେ କେସ ନଂ. ୮୮/୨୧ ଓ ଅଣ୍ତର ସେକ୍ସନ ୨୦(ବି)(ଆଇଆଇ) ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

20 − 20 =

error: Content is protected !!