pakka

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ନୂଆପଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ସେହି ଗ୍ରାମର ସିନ୍ଧୁ ବନ୍‌ଛୋର(୭୫) ବାର୍ଦ୍ଧକ୍ୟ ଗତ କାରଣରୁ ଆଜି ଭୋରରୁ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କର କେହି ନିଜ ଲୋକ ନଥିବାରୁ, ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ତାଙ୍କର ମୃତ ଶରୀର ପଡି ରହିଥିଲା ପରେ ତାଙ୍କର ଏକ ବଡ଼ ଭାଇ ରେଙ୍ଗାଲପାଲି ଗ୍ରାମର ବଳରାମ ବଗର୍ତ୍ତି ଘଟଣା ସ୍ଥଳକୁ ପହଞ୍ଚିଥିଲେ । କିନ୍ତୁ ସେ ମଧ୍ୟ ଏକାକୀ ଥିବାରୁ ଶବ ସତ୍କାର କରିବାକୁ ଅସମର୍ଥ ପ୍ରକାଶ କରିଥିଲେ । ଏ ବିଷୟରେ ଖବର ପାଇ ଦିନ ଗୋଟାଏରେ ସଂକଳ୍ପ ପରିବାର ନୂଆପାଲି ଗ୍ରାମକୁ ପହଞ୍ଚି ତାଙ୍କ ବାସ ଭବନରୁ ମୃତ ଶରୀର ବାହାର କରିଥିଲା ଓ ସଂକଳ୍ପ ରଥ ସାହାଯ୍ୟରେ ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରକୁ ନେଇଯାଇ ସେଠାରେ ସସମ୍ମାନେ ମୃତ ବୃଦ୍ଧାଙ୍କ ଶବ ସତ୍କାର କରିଥିଲା । ଏହି ମହତ କାର୍ଯ୍ୟରେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଶେଷଦେବ ପଧାନ, ଜି ରମେଶ ସହିତ ଟୁକୁର୍ଲ୍ଲା ଗ୍ରାମର ଶାନ୍ତନୁ ମେହେର ଓ ନୂଆପାଲିର ଟିଟୁ ତାଣ୍ଡି ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven + fifteen =