pakka

ନେତାଜୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଆଜି ସୁଦର୍ଶନ ବାରିକଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢେଇଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବିଶ୍ଵନାଥ ବେହେରା ପ୍ରଧାନ ଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜଗଲପାଟ, ରୁକ୍ମଣ ଦିଶ୍ରୀ ପ୍ରଧାନ ଶିକ୍ଷକ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶ ଭାଙ୍ଗମୁଣ୍ଡା, ପ୍ରଶାନ୍ତ ହୋତା ପ୍ରଧାନ ଶିକ୍ଷକ ନେତାଜୀ ସୁବାସ ବୋଷ ଉଚ୍ଚ ବିଦ୍ୟାଳୟ କନ୍ଦୁମୁଣ୍ଡା, ବିଷ୍ଣୁ ଭୋଇ ପ୍ରଧାନ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡ, ବଳରାମ ବଗର୍ତ୍ତୀ ପି.ପି.ପି ଉଚ୍ଚ ବିଦ୍ୟାଳୟ ବାରିହାପୁଖାପାଣି, ହେମନ୍ତ କୁମାର ସାହୁ ପ୍ରଧାନ ଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡାଙ୍ଗବାହାଲ, ବରିଷ୍ଠ ଶିକ୍ଷକ ନିରୋଜ କୁମାର ପାଢ଼ୀ, ସିଆରସି ପ୍ରଶାନ୍ତ ଦୀପ, ମନୋଜ କୁମାର ସାହୁ, ସୁରଥ ଭୋଇ, ରଘୁମଣି ସାହୁ, ଗୌନ୍ତିଆ ମାନଭଞ୍ଜନ ବରିହା, ବିପିନ ବିହାରୀ ପଧାନ, ଐଶ୍ୱର୍ଯ୍ୟ ଦେବତା, ସୁଶାନ୍ତ ପଣ୍ଡା, ଜଟାଧାରୀ ମିଶ୍ର, ବିରେନ୍ଦ୍ର ପଧାନ, ସୁଦାମ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ, ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା, ପ୍ରଧାନ ସେବକ, କର୍ମ ନିଷ୍ଠ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମେ ମୁଖ୍ୟ ଅତିଥି ଅଗ୍ର ପୂଜ୍ୟ ଗଜାନନ ମହାପ୍ରଭୁ ଏବଂ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସହକାରୀ ଶିକ୍ଷକ ନବୀନ ବରିହା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିପିନ ବିହାରୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀ ବଢେଇ ନିଜର ଶିକ୍ଷକ ଜୀବନ ୨୦/୦୫/୧୯୯୧ରୁ ୨୮/୦୨/୨୦୨୩ ଦୀର୍ଘ ୩୨ ବର୍ଷ ଶିକ୍ଷକତା କରି ନେତାଜୀ ଉଚ୍ଚ ବିଦ୍ୟାଳୟରୁ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଞ୍ଚଳବାସୀ ତାଙ୍କୁ ନେତାଜୀ ଉଚ୍ଚ ବିଦ୍ୟାଳୟରୁ ଏକ ବିରାଟ ପଟୁଆରରେ ବାଜା ବଜାଇ ନାଚ ଗୀତ ସହ କଟାବାହାଲ ଗ୍ରାମ ପରିକ୍ରମା କରି ଶେଷରେ ପରମାନନ୍ଦପୁର ସ୍ଥିତ ନିଜ ବାସଭବନରେ ତାଙ୍କୁ ଛାଡି ଆସିଥିଲେ ।

Leave A Reply

Your email address will not be published.

fourteen − nine =