pakka

ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବଡ଼ଗାଁଠାରେ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ଓ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ଚହୁଆନ ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ ଉତ୍ସବ ସ୍ମୃତି କମିଟିର ସଭାପତି ଡାକ୍ତର ସୁବଳ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ରୁକ୍ମଣ ମେହେର ଯୋଗଦାନ କରିଥିଲେ । ପ୍ରଥମେ ମା’ ବ୍ରଜେଶ୍ୱରୀ ତଥା ପୂର୍ଣ୍ଣବାସୀ ଓ ଭଗବାନ ସାହୁଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ମା’ଙ୍କ ଓ ଗୁରୁଙ୍କ ବନ୍ଦନା ଗାୟନ କରାଯାଇଥିଲା । ୩୮ ବର୍ଷ ଇଂରେଜ ସହିତ ଗରିଲା ଯୁଦ୍ଧ କରି ଦେଶ ମାତୃତା ପାଇଁ ଜୀବନ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ସମ୍ବଲପୁରୀ କୋଶଳୀ ଭାଷାର ପ୍ରଚାର ପ୍ରସାର କରି ଘରେ ଘରେ ପରିଚିତ କରାଇଥିଲେ କୋଶଳୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ବୋଲି ଅନୁଷ୍ଠାନର ପରିଚାଳକ ସୁରେଦ୍ର ବୀର ଭୁବନ ଭୋଇ ସଙ୍ଗୀତ ନିର୍ଦ୍ଦେଶକ ବିରେନ୍ଦ୍ର ନାଥ ନାଗ, ଅଭିନେତ୍ରୀ ଶାନ୍ତିଲତା ଦୀପ, କମିଟି ସମ୍ପାଦକ ମହେନ୍ଦ୍ର ମେହେର, ନାଟ୍ୟକାର ବାସୁଦେବ ନାଏକ, ଅଭିନେତା ବସୁଦେବ ପଧାନ, ନାଟ୍ୟ ନିର୍ଦ୍ଦେଶକ ଧୀରେନ ସାହୁ, ସାମ୍ବାଦିକ ସଙ୍ଘ ସଭାପତି ଚିତ୍ତରଞ୍ଜନ ସାହୁ, ନାଟ୍ୟଶ୍ରୀ ହର୍ଷ ବେହେରା ପ୍ରମୁଖ ଯୋଗଦାନ କରି ସୁରେନ୍ଦ୍ର ସାଏ ଓ ଭଗବାନ ସାହୁଙ୍କ ଜୀବନୀ ନାଟକ ପରମ୍ପରା ଓ କଳାକାରମାନଙ୍କ ଭବିଷ୍ୟତ ଉପରେ ମତବ୍ୟକ୍ତ କରିଥିଲେ । ଶେଷରେ ନୃତ୍ୟ ନିର୍ଦ୍ଦେଶକ ସାରଥିକ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × two =

error: Content is protected !!