csstore

ଅଭିଭାବକ ମଂଚ ପକ୍ଷରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲଗୋଦାମପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ମଂଚ ତରଫରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅଭିନନ୍ଦନ ସାହିତ୍ୟ ପରିଷଦର ସଂପାଦକ ନୀଳକଣ୍ଠ ମିଶ୍ର ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିବା ପରେ ଉପସଭାପତି ପ୍ରଶନ୍ନ କୁମାର ମିଶ୍ର, ବିଦ୍ୟାଳୟ ସଭାପତି ଯୁଧିଷ୍ଠିର ବାଗ, ପ୍ରଧାନ ଶିକ୍ଷୟତ୍ରୀ ଅନୁସୟା ଖୁଆସ, ଅଙ୍ଗୱାଡି କର୍ମୀ ଜ୍ୟୋତିର୍ମୟୀ ଚଟର୍ଜି, ସହାୟିକା ଲକ୍ଷ୍ମୀ ନାଗ, ମଂଚ ସହ ସଂପାଦକ ଦିବାକର ହୋତା, ସମାଜସେବୀ ନିମାଇଁ ଚରଣ ମିଶ୍ର ପ୍ରମୁଖ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିଥିଲେ । ପାଚିକା ସତ ସୁନା ଓ ପୁରାଣ ବୁଡେକ ଚାରାଗୁଡିକରେ ଜଳ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଲଗାଇଥିବା ଗଛଗୁଡିକର ଦେଖାରେଖା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରେ ମୁଖ୍ୟ ଅତିଥି ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣର ଉପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.