csstore

ରେଳମନ୍ତ୍ରୀଙ୍କୁ ଭେଟିଲେ ରେଳ ଉପଭୋକ୍ତା ସଂଘ ସଦସ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ନୂଆଦିଲ୍ଲୀ ସ୍ଥିତ ରେଳ ଭବନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଜିଲ୍ଲାର ରେଳ କ୍ଷେତ୍ରରେ ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ଛତିଶଗଡ଼ର ମହାସମୁନ୍ଦ ସାଂସଦ ଚୁନ୍ନିଲାଲ ସାହୁଙ୍କ ସହ ଉପଭୋକ୍ତା ସଂଘର ସର୍ଦ୍ଦାର ପ୍ରୀତମ ସିଂ, କୃଷ୍ଣଚନ୍ଦ୍ର ପଣ୍ଡା, ସୋହେଲାର ସତ୍ୟଜିତ୍ ପ୍ରଧାନ, ଅଭିଜିତ ପ୍ରତିହାରୀ, ଛତିଶଗଡ଼ର ତିଲକ ସାହୁ, ଦୀପକ ଗୁପ୍ତା, ସରାଇପାଲିର ପୂର୍ବତନ ବିଧାୟକ ତ୍ରିଲୋଚନ ପଟେଲ ପ୍ରମୁଖ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସମ୍ବଲପୁର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବଲାଙ୍ଗିର ପର୍ଯ୍ୟନ୍ତ ବୃଦ୍ଧି କରିବା, ସପ୍ତାହରେ ତ୍ରି ଦିବସୀୟ ହୀରାକୁଦ ଏକ୍ସପ୍ରେସକୁ ସମ୍ବଲପୁର ଟିଟିଲାଗଡ଼ ଦେଇ ଅବଶିଷ୍ଟ ଦିବସରେ ଚଳାଇବା, ବରଗଡ଼ ରାୟପୁର ନୂତନ ରେଳ ଲାଇନର ପୁନଃ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦାବୀ ପ୍ରତି ବିଚାର କରିବେ ବୋଲି କହିଥିଲେ ।

jayashree
Leave A Reply

Your email address will not be published.