om academy

ଜୁନିୟର ରେଡକ୍ରସ ତରଫରୁ କୋଭିଡ ଓ ଓମିକ୍ରନ୍‌ ସଚେତନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୁନିୟର ରେଡକ୍ରସ ତରଫରୁ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତର ସମଲେଶ୍ୱର ଗ୍ରାମରେ କୋଭିଡ ଓ ଓମିକ୍ରନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବ୍ଲକ ଜୁନିୟର ରେଡକ୍ରସ ସଂଯୋଜକ ଘନଶ୍ୟାମ ମେହେରଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଦମକିପାଲିର ଜୁନିୟର ରେଡକ୍ରସ କାଉନ୍‌ସେଲର ସବିତା ଭୋଇ, ସେଞ୍ଚୁରିଅନ ବିଦ୍ୟାଳୟର ଚନ୍ଦ୍ର ଶେଖର ସେଠ, ଯୁବ ସମାଜସେବୀ ଆଶିଷ ଜୈନ ଯୋଗ ଦେଇଥିଲେ । କରୋନାର ତୃତୀୟ ଲହର ଓ ଓମିକ୍ରନ ଭୂତାଣୂରୁ ରକ୍ଷା ପାଇବା ପାଇଁ ସମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା, ହାତକୁ ବାରମ୍ବାର ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା, ଠିକ ସମୟରେ ଟୀକା ନେବା ଓ ଭୟଭୀତ ନ ହେବା ସହ ସରକାରଙ୍କ ନିର୍ଦ୍ଧାରିତ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରିବା ପାଇଁ ଗ୍ରାମବାସୀମାନଙ୍କୁ ଅବଗତ କରାଯାଇଥିଲା । ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶ ହାତ ଧୋଇବାର ଛଅଟି ସୋପାନକୁ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । ଏହି ଅବସରରେ ମୁଖ୍ୟତଃ ଗ୍ରାମର ମହିଳାମାନଙ୍କୁ ଜୁନିୟର ରେଡକ୍ରସ ତରଫରୁ ସାବୁନ ବଣ୍ଟନ କରାଯାଇଥିଲା । ପରେ ଗାଁ ମୁଣ୍ଡରେ ଥିବା ନଳକୂପ ପରିସରକୁ ସଫା କରି ବ୍ଲିଚିଙ୍ଗ ପାଉଡର ଛିଞ୍ଚନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମାଝିପଡା ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍‌ସେଲର ବିରଂଚି ନାରାୟଣ ଦାଶ ପରିଚାଳନା କରିଥିବା ବେଳେ ଘସିଏନ ବିଦ୍ୟାଳୟର କାଉନ୍‌ସେଲର ଶରତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × five =