pakka

ରଥ ଯାତ୍ରାକୁ ସପ୍ତାହେ : ଅର୍ଡ଼ାରେ ୧୬ ଚକିଆ ରଥ ଖଲାରେ ବିରାଜମାନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରଥ ଯାତ୍ରାକୁ ଆଉ ମାତ୍ର ଗୋଟିଏ ସପ୍ତାହ ତେଣୁ ବହୁ ପ୍ରତିକ୍ଷିତ ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଅର୍ଡ଼ା ଗାଁରେ ୧୬ଚକିଆ ରଥ ମନ୍ଦିର ସମ୍ମୁଖରେ ଆସି ପ୍ରସ୍ତୁତ ରହିଛି । ଅର୍ଡ଼ା ଗାଁ ରଥଯାତ୍ରା ଯୋଗୁଁ ଅଞ୍ଚଳର ବହୁ ଜଣାଶୁଣା ଗାଁ । ଅର୍ଡ଼ା ଗାଁର ଜଗନ୍ନାଥ ମନ୍ଦିର ପୂଜା ଓ ରଥଯାତ୍ରାରେ ବହୁ ଅଜଣା କଥା ରହିଛି । ଗାଁର ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ଶିକ୍ଷକ ଚାପ ବଗର୍ତ୍ତି କହିବା ଅନୁସାରେ ୧୯୫୯ ମସିହାରେ ମନ୍ଦିର କାମ ଶେଷ ହୋଇ ପ୍ରତି‌ଷ୍ଠା ହୋଇଥିଲା । ସେହିଦିନଠାରୁ ୧୬ଚକିଆ ରଥଟଣା ଆରମ୍ଭ ହୋଇଥିଲା । ତତକାଳୀନ ଗାଁର ଗୌନ୍ତିଆ ନରାୟଣ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମନ୍ଦିର ନିର୍ମାଣ ହୋଇ ରଥଯାତ୍ରା ହୋଇ ଆସୁଥିଲା । କାଳ କ୍ରମେ ଏହି କାମକୁ ତାଙ୍କ ବଂଶଧର କରି ଆସୁଥିଲେ । ବର୍ତ୍ତମାନ ମନ୍ଦିର ୨ ଏକର ୮୩ ଡିସମିଲ ଜମି ସମ୍ପତ୍ତି ଥିବା ବେଳେ ରଥ ନିର୍ମାଣ, ରଙ୍ଗ କରିବା ଓ ମରାମତି କରିବା ପାଇଁ ପୁରୀରେ ଥିବା ସେବକ ପରିବାରକୁ ୫ ଏକର ୮୫ ଡିସମିଲ ଜମି ଦିଆଯାଇଛି ଯାହା କି ସେହି ବଂଶଧରମାନେ ଆସି ଗାଁ ଲୋକଙ୍କ ସହଯୋଗରେ ତାଙ୍କ କାମ ହେଲେ କରି ଆସୁଛନ୍ତି । ଗତ ୨୦୧୩ ଡିସେମ୍ବର ମାସରୁ ଗାଁ ଲୋକଙ୍କୁ ଡାକି ନାରାୟଣ ନନ୍ଦଙ୍କ ପରିବାର ବର୍ଗ ମନ୍ଦିର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେହି ଦିନରୁ ଗାଁ କମିଟିର ତତ୍ୱାବଧାନରେ ରଥଯାତ୍ରା ହୋଇଆସୁଛି । ଦେଓଗାଁ ବ୍ଲକରେ ବହୁ ଗାଁରେ ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ଉତ୍ସବ କରୁଥିଲେ ମଧ୍ୟ ଅର୍ଡ଼ା ଗାଁର ରଥଚକ ୧୬ଟି ହୋଇଥିବାରୁ ଅଧିକ ଉତ୍ସାହର ସହ ଦର୍ଶକଙ୍କ ଭିଡ ହେଉଥିବା ଦେଖିବାକୁ ମିଳିଥାଏ ।

jay balangir
Leave A Reply

Your email address will not be published.

four × four =

error: Content is protected !!