pakka

ରୋଟାରୀ କ୍ଲବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କର୍ମଶାଳା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍‌ର ବହୁମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବରିଷ୍ଠ ନାଗରିକମାନଙ୍କର ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସି.ଡବଲ୍ୟୁ.ଏସ୍‌. ହସ୍ପିଟାଲର ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଅମରେଶ ପଟ୍ଟନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ବିଶେଷ ଭାବରେ ପ୍ରୋଷ୍ଟେଟ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ଏହାର ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତିର ବିଭିନ୍ନ ଦିଗ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସାବଲୀଳ ଭାବରେ ବୁଝାଇଲେ । ରୋଟାରୀ କ୍ଲବ୍‌ର ଅଧ୍ୟକ୍ଷ ସିଦ୍ଧିନାଥ ଜ୍ୟୋତିଷିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାବେଶରେ ସଂପାଦକ ଭଗବାନ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଏବଂ ପ୍ରୋଷ୍ଟେଟ ସମସ୍ୟା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍‌ର ଜିତେନ୍ଦ୍ର ପ୍ରସାଦ ସା, ପ୍ରତିମା ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ପରମେଶ୍ୱର ପ୍ରଧାନ, ସାଗର ସୁବୁଦ୍ଧି, ସୁଖିନ୍ଦର ସିଂହ ସେଖୋ, ଅଜୟ କୁମାର ସାହୁ, ଅଜୟ କୁମାର ବିଶ୍ୱାଳ, ଗୋପବନ୍ଧୁ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ ଅବସରପ୍ରାପ୍ତ କର୍ମଚାରୀ ସଂଘର ହରିଶ୍ଚନ୍ଦ୍ର ଭୂମିଜ, ଗୁରୁଚରଣ ପଟ୍ଟନାୟକ, ଉମେଶ ଚନ୍ଦ୍ର ଜେନା, ନିର୍ମଳ କୁମାର ଆଚାର୍ଯ୍ୟ ପ୍ରମୁଖ ସହାୟତା କରିଥିବା ବେଳେ ଶରତଚନ୍ଦ୍ର ମହାନ୍ତି, ଶ୍ରୀନିବାସ ରାୟ, ସୁରେନ୍ଦ୍ର କୁମାର ପଣ୍ଡା, ରାଘବ ପଣ୍ଡିଆ, ଅଚ୍ୟୁତାନନ୍ଦ ପଟେଲ, ଅଜୟ କୁମାର ମହାନ୍ତି, ଯୋଗେଶ୍ୱର ପ୍ରଧାନ, ଆଲୋକ ବୋଷ, ବିଜୟ କୁମାର ବରାଳ, ଏସ୍‌.କେ.ପଣ୍ଡା, ଅଂଜୁ ବାରିକ, ତ୍ରିଲୋଚନ ମିଶ୍ର, ଏ.ପି.ଉପାଧ୍ୟାୟ, କୈଳାଶ ଚନ୍ଦ୍ର ସାମଲ, ଦେବରାଜ ଗଉଡ଼, ବିବେକାନନ୍ଦ ଜେନା, ଆର.କେ.ଷଡଙ୍ଗୀ, ମୁରାରି ପ୍ରଧାନ, ଗୋପାଳ ପ୍ରସାଦ ଜେନା, ନାରାୟଣ ଚନ୍ଦ୍ର ଜେନା, ଓମ୍ ପ୍ରକାଶ, ଡି.ସି. ନାୟକ, ଏସ୍‌.କେ.ମହାନ୍ତି, ଜଗବନ୍ଧୁ ଜେନା, ବି.ଏନ୍‌.ଜେନା ଏବଂ ଦିନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × 4 =

error: Content is protected !!