ଉତ୍କଳ ସେବକ ସମାଜର ସଚେତନ ରଥ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ବାରା ପରିଚାଳିତ ଲିଙ୍କ ଓ୍ବାର୍କର ସ୍କିମ୍ ପ୍ରକଳ୍ପ ଦ୍ବାରା ଏକ ସଚେତନତା ରଥ ପରିଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଖପ୍ରାଖୋଲ, ଲାଠୋର, କଣ୍ଟାବାଞ୍ଜି ଅଞ୍ଚଳରେ ଲୋକଙ୍କୁ ଏଡସ୍ ବିଷୟରେ ସଚେତନ କରିବା ସହିତ ତାର ଭୟାବହତା ଉପରେ ଲୋକଙ୍କୁ ପୋଷ୍ଟର, ବେନର, ଅଡିଓ ମାଧ୍ୟମରେ ସଚେତନ କରାଯାଇଛି । ଏହି କାର୍ୟ୍ୟକ୍ରମ ଦଶ ଦିନ ହେଲା ଚାଲିଛି । ପ୍ରକଳ୍ପର ଡିଆରପିଏ ମହେନ୍ଦ୍ର ନନ୍ଦଙ୍କ ନେତୃତ୍ବରେ ଜନସଚେତନ କରାଯାଇଛି । କାର୍ୟ୍ୟକ୍ରମରେ ରାହୁଲ ସାଗର, ସଞ୍ଜନା କୋର ହରା, ପଲ୍ଲବୀ ସିନ୍ଦୂର, ରସିକ ବାଗ, ରାଜେନ୍ଦ୍ର ସାହୁ ପ୍ରମୁଖ ସହୋଯୋଗ କରିଥିଲେ ।

Leave A Reply

Your email address will not be published.