ଭଟଲି ଦଧିବାମନ ଡିଗ୍ରୀ କଲେଜର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଳକ ସ୍ଥିତ ଦଧିବାମନ ଡିଗ୍ରୀ କଲେଜର ପ୍ରଶାସନିକ ଭବନ, ଶ୍ରେଣୀ ଗୃହ ଏବଂ କ୍ୟାଣ୍ଟିନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଆସନ୍ତା ଦିନରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ସଭାରେ କଲେଜ ଅଧ୍ୟକ୍ଷ ଜୟସେନ ଭୋଇ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ଗୋବିନ୍ଦ ପ୍ରଧାନ, ମଦନ ସାହୁ, ସନ୍ତୋଷ ସେଠ୍, ସତ୍ୟ ନାରାୟଣ ପ୍ରଧାନ ଓ ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.