centurian jitm

ବାଙ୍କୀପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷାସଚେତନତା ରଥ ପରିକ୍ରମା କରି ଶୈକ୍ଷିକ ବାତାବରଣର ମାହୋଲ ସୃଷ୍ଟିକରିବା ସହ ନୂତନ ଶିକ୍ଷା ବର୍ଷ ପ୍ରାରମ୍ଭର ବିଗୁଲ ଫୁଙ୍କିଛି । ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଶେଷ ଦିନରେ ବାଙ୍କୀପାଲି ସିଆରସିସି ସୁନୀଲ ସେଠ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ଓ ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁରଙ୍କ ତତ୍ୱାବଧାନରେ ବାଙ୍କୀପାଲି ଗାଁରେ ଏହାକୁ ସ୍ୱାଗତ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ଶିକା, ବଲେନପାଲି ଗାଁରେ ସ୍ୱାଗତ କରିଥିଲେ ପ୍ରଧାନଶିକ୍ଷକ ଗଣନାଥ ତାଣ୍ଡି, ବାଘହାଣ୍ଡିରେ ପ୍ରଧାନଶିକ୍ଷକ ମୁକୁନ୍ଦ ରଥ, ବୈରାଗୀମୁଣ୍ଡାରେ ପ୍ରଧାନ ଶିକ୍ଷକ ଉମେଶ ସେନାପତି, ଧାତୁକିପାଲିରେ ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ, କେନ୍ଦୁପାଲିରେ ଗଜବନ୍ଧ ସରପଞ୍ଚ ବାସନ୍ତୀ ଖେତି, ବ୍ରାହ୍ମଣୀପାଲିରେ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ, କୁଶଦାଦରରେ ପ୍ରଧାନଶିକ୍ଷକ ରଘୁନାଥ ବାଘ, ଗଜବନ୍ଧରେ ବରିଷ୍ଠ ଶିକ୍ଷକ ଦିବାକର ବଢ଼େଇ, ଅନ୍ଧାରିବାଞ୍ଜିରେ କଳା ଶିକ୍ଷକ ଶ୍ୟାମ କୁଅଁର, ଗନିଆଁରେ ପ୍ରଧାନଶିକ୍ଷକ ନାରାୟଣ ରଣା, ଭୀମଟିକ୍ରାରେ ପ୍ରଧାନ ଶିକ୍ଷକ ଉତ୍କଳ ସାହୁ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ । ବିଭିନ୍ନ ଗ୍ରାମରେ ଦୁଲୁଦୁଲି ବାଜା, ସଂକୀତର୍ତ୍ତନ, ଗୀତ ନାଚ, ଗ୍ରାମ୍ୟ ଶୋଭାଯାତ୍ରା ଓ ସୁମଧୁର ସଂଗୀତ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରି ସଭିଏଁ ସ୍କୁଲ ଯିବାର ନାରା ଦିଆଯାଇଥିଲା ।

Leave A Reply

Your email address will not be published.