jsm

ଦଶହରା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ଦଶହରା ଅବସରରେ ବରଗଡ଼ ବ୍ଲକ ଅନ୍ତର୍ଗତ ପୋଡ଼ମୁଣ୍ଡା ଗ୍ରାମରେ ଆଜି ମା’ ଭବାନୀ କଲ୍ୟାଣ ସଙ୍ଘ, ପୋଡ଼ମୁଣ୍ଡା ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ “ଆମ ଓଡ଼ିଶା” ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ମୁଖ୍ୟ ଅତିଥି ଭାବରେ ପୋଡ଼ମୁଣ୍ଡା ଗ୍ରାମର ବରିଷ୍ଠ ନାଗରିକ ତୁଲାରାମ ଭୁଏ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଆଜିର ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଲିପ୍‌ସିତ ମିଶ୍ର ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପୋଡ଼ମୁଣ୍ଡା ଗ୍ରାମରେ ପ୍ରଥମ କରି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ରକ୍ତଦାନ କରିବା ପାଇଁ ଗ୍ରାମବାସୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଘଡଘଡି ସହିତ ପ୍ରବଳ ବର୍ଷା ହେଉଥିଲେ ସୁଦ୍ଧା ରକ୍ତଦାନ ଶିବିରକୁ ଅଟକାଇ ପାରିନଥିଲା ଏବଂ ତିନିଜଣ ମହିଳା ରକ୍ତଦାତା ସମେତ ମୋଟ ୨୬ ଜଣ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ବରଗଡ଼ ରକ୍ତଭଣ୍ଡାର କର୍ମଚାରୀ ଇପ୍ସିତା ମହାନ୍ତି ଓ ମହେନ୍ଦ୍ର ମେହେର ରକ୍ତ ସଂଗ୍ରହ କରିଥିବା ବେଳେ ମା’ ଭାବନି କଲ୍ୟାଣ ସଂଘ ଓ ସଂକଳ୍ପ ପରିବାରର ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.