csstore

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାସ ୪ ତାରିଖରେ ହେବାକୁ ଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପ୍ରଶିକ୍ଷଣ ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, ବଲାଙ୍ଗିର ଠାରେ କ୍ଷେତ୍ର ଅନୁସନ୍ଧାନକାରୀମାନଙ୍କର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଜୟ ପ୍ରକାଶ ଦାଶ, ଜିଲ୍ଲାସ୍ତରୀୟ ସାଧନ କର୍ମୀ ତଥା ଗୁଡ଼ଭେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଓ ସୁଶ୍ରୀ ସ୍ୱ।ଗତିକ ବଳିଆରସିଂ ୧୪୭ଜଣ କ୍ଷେତ୍ର ଅନୁସନ୍ଧାନକାରୀଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ଳକର ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ, ଗଣେଶ ଜେନା, ଦେବବ୍ରତ ଗିରି, ଡଃ.ମନ୍ଦରଧର ସାହୁ, ଚିନ୍ମୟୀ ସାହୁ, ଆରତୀ ସାହୁ, ସ୍ୱପ୍ନା ସେଠ, ଡଃ.ପ୍ରଶାନ୍ତ କୁମାର ନିଖଣ୍ଡିଆ, ଅଳକା ସାମଲ, ମମତା ମଞ୍ଜରୀ ସାହୁ, ଐଶ୍ୱର୍ଯ୍ୟା ମିତ୍ରା, ମିନାକ୍ଷୀ ମେହେର ଓ ସଞ୍ଜୟ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.