csstore

‘ଉତ୍କଳିକା’ର ବିଂଶତମ ବାର୍ଷିକୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଡ଼ଃ ନାରାୟଣ ମିଶ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରାଜ୍ୟ କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ ‘ଉତ୍କଳିକା’ର ବିଂଶତମ ବାର୍ଷିକୋତ୍ସବ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମେଜର ରାମରମଣ ପାଢ଼ୀ ଉତ୍ସବର ଶୁଭ ଉଦ୍‌ଘାଟନ କରି ସୁସ୍ଥ ସମାଜ ଗଠନରେ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ହେତୁ ସାହିତ୍ୟିକ ମାନେ ଅତୀବ ସାଧିକାର୍ବାହ ବୋଲି ମତ ପ୍ରକାଶ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମାଗତ କବି ଓ ଲେଖକ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ଇଂ ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘର ସଭାପତି ସୀମାନ୍ତ ନଟରାଜ ଡ଼. ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ଼ଃ. କୁଳମଣି ଓଝା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ କବି ସୁଶାନ୍ତ ଦାସ, ଅବସରପ୍ରାପ୍ତ ଓଡ଼ିଶା ଶିକ୍ଷା ପ୍ରଶାସକ କିଶୋର ଚନ୍ଦ୍ର ପଳାଇ ଯୋଗ ଦେଇଥିଲେ । କବି ସୁବାସ ଚନ୍ଦ୍ର ସାହୁ ଓ କବି ସୁଶାନ୍ତ କର ଅତିଥି ପରିଚୟ ଓ ଉତ୍କଳିକାର ସାଧାରଣ ସମ୍ପାଦକ ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ପଠନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ବୀର ମାଟିର କବି ଡ଼ଃ. ନାରାୟଣ ମିଶ୍ରଙ୍କୁ ଉତ୍କଳିକା ସମ୍ମାନ ତଥା ପ୍ରଜ୍ଞା ଭୂଷଣ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧିତ କରାଯାଇଥିବାରୁ ଅଞ୍ଚଳର ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ, ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ, ମାଁ ସାହାଜି ଯୁବକ ସଂଘ କପିଲାଭଟା, ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି କପିଲାଭଟା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି । ଡ଼ଃ ନାରାୟଣ ମିଶ୍ର
ପ୍ରଜ୍ଞା ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.