ଅଦିନିଆ ବର୍ଷାରେ ରାସ୍ତା ବେହାଲ : ବର୍ଷା ଦିନରେ କଣ ହେବ ?

ମ.ରାମପୁର, (ହେମନ୍ତ ସାହୁ) : କାଳ ବୈଶାଖୀର ପ୍ରଭାବରେ ହେଇଥିବା ଅଳ୍ପଟିକିଏ ବର୍ଷାରେ ରାସ୍ତାର ହାଲ ବେହାଲ ହେଇପଡ଼ିଛି । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷା ଦିନେ ଏହି ଗାଁର ଲୋକେ ଭୋଗିବେ ରାସ୍ତାର ଦୁର୍ଦ୍ଦଶା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତର ପଣ୍ଡାପଦର ରାସ୍ତା, ଯାହା ଅସରାଏ ବର୍ଷାରେ ସ୍ଥିତି ସଂଗୀନ । ତେବେ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନଥିବା ଜଣାଯାଇଛି । ତେଣୁ ଆସନ୍ତା ବର୍ଷା ପୂର୍ବରୁ ରାସ୍ତା କାମ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି,ଏହି ଅଂଚଳଟି ସୀମାନ୍ତବର୍ତ୍ତୀ ଇଲାକା ହେଇଥିବାରୁ ଏହି ରାସ୍ତା ଦେଇ ଲୋକେ ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗିରକୁ ଯିବା ଆସିବା କରନ୍ତି ।

Leave A Reply

Your email address will not be published.

19 + eight =