pakka

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ ଗ୍ରାମବାସୀ

kalikesh

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ସାଲେମୁଣ୍ଡା ଗାଁରୁ କନ୍ଦ୍ଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିକ୍ରାପଡା ଛୁଟିଗୁଡି ଛକ୍ ଯାହାକି ପ୍ରଧାନମନ୍ତ୍ରୀ ରାସ୍ତାରୁ ଟିକ୍ରାପଡା ଗାଁ ବସ୍ତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କଦର୍ଯ୍ୟ ହୋଇପଡିଛି । ଯାହାକି ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ନେଇ ସିଦ୍ଧି ବିନାୟକ ଏସ୍ଏଚ୍‌ଜି ଟିକ୍ରାପଡାର ସଭାନେତ୍ରୀ ନୃପତି ପୁଟେଲ ଓ ସମ୍ପାଦିକା ବବିତା ଭୋଇ ଏବଂ ସଦସ୍ୟା ବୃନ୍ଦ, ଶ୍ରୀକ୍ରିଷ୍ଣା ଏସ୍ଏଚ୍‌ଜିର ସଭାନେତ୍ରୀ ହୁଲଦେଇ ନେତାମ ଓ ସମ୍ପାଦିକା ଶ୍ରୀମତି ପୁଟେଲ ଏବଂ ସଦସ୍ୟା ବୃନ୍ଦ, ମା’ମଙ୍ଗଳା ଏସ୍ଏଚ୍‌ଜିର ସଭାନେତ୍ରୀ ବିଜିଲିମତି ପୁଟେଲ ଓ ସମ୍ପାଦିକା ଜୋସ୍ନାମୟୀ ପୁଟେଲ, ସଦସ୍ୟା ବୃନ୍ଦ, ମା’ ଗଙ୍ଗାମୟୀ ଏସ୍ଏଚ୍‌ଜିର ସଭାନେତ୍ରୀ ପ୍ରମିଳା ଭୋଇ ଓ ସମ୍ପାଦିକା ସଂଯୁକ୍ତା ପୁଟେଲ ଏବଂ ସଦସ୍ୟା ବୃନ୍ଦ ଓ ଗ୍ରାମବାସୀ କୁଶ ବାଗ ୱାର୍ଡ଼ ସଦସ୍ୟ, ପ୍ରେମାକାନ୍ତି ପୁଟେଲ ୱାର୍ଡ ସଦସ୍ୟ, ଅମରବିଳାଶ ପୁଟଲ, ରାଜାରାମ ବାଗ, ଅକ୍ଷୟ ରାମ ପୁଟେଲ, ରତ୍ନାକର ପୁଟେଲ, ପଣ୍ଡୁ ପୁଟେଲ, ଯଦୁମଣି ପୁଟେଲ, ଏବଂ ହୃଦେଶ୍ୱର ପୁଟେଲ ଦାବୀ କରିଛନ୍ତି ।

pp
Leave A Reply

Your email address will not be published.

4 × two =