pakka

ଅପହୃତ ବାଳକକୁ ଉଦ୍ଧାର କଲେ ପୋଲିସ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା । କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ । ବାଳକ ରାତିରେ ଚାଲି ଚାଲି ଘର ଆଡ଼କୁ ଆସୁଥିବା ବେଳେ କାରଖାନା କର୍ମଚାରୀମାନେ ତାକୁ ଚିହ୍ନିପାରି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ବାଳକକୁ ସେଠାରୁ ଉଦ୍ଧାର କରି ପରିବାକୁ ହସ୍ତାନ୍ତର କରିଛନ୍ତି । ଅପହୃତ ବାଳକ ଅକ୍ଷତ ଅବସ୍ଥାରେ ଫେରି ଆସିଥିବାରୁ ପରିବାର ଲୋକ ଆଶ୍ବସ୍ତ ହୋଇଥିଲେ ମଧ୍ୟ ଅପହରଣ ପଛର ଷଡ଼ଯନ୍ତ୍ରର ରହସ୍ୟ ଉନ୍ମୋଚନ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.

5 × 3 =