ସଂରକ୍ଷିତ ପଦବୀ ଦାବୀରେ ଆଦିବାସୀ ସଂଘର ଶସସ୍ତ୍ର ବିକ୍ଷୋଭ

  • ସଂରକ୍ଷଣ ଲାଗୁ ନ କଲେ ନିର୍ବାଚନ କରାଇ ଦେବୁ ନାହିଁ : ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀ ଗୁଡିକ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ବଲାଙ୍ଗିର ଜିଲ୍ଲା ସମେତ ଓଡିଶାର ୨୩ଟି ଜିଲ୍ଲାର ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନିୟମ ଉଲଂଘନ କରି କୋଟା ଉଚ୍ଛେଦ କରିଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ, ଅଗଣତାନ୍ତ୍ରୀକ, ବେଆଇନ ଏବଂ ଆଦିବାସୀମାନଙ୍କ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ମନୋଭାବ, ଘୃଣା, ପାତର ଅନ୍ତରନୀତି, ନୃଶଂସ ଆଚରଣ ଏବଂ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିବା ସହ ସହତ୍ସ୍ରାଧିକ ଆଦିବାସୀ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯାଳୟ ଘେରାଉ କରିଥିଲେ । ଜିଲ୍ଲା ଆଦିବାସୀ ସଂଘ ନେତୃତ୍ୱରେ ସହସ୍ରାଧିକ ଆଦିବାସୀ ର‍୍ୟାଲିରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟର ନବୀନ ସରକାରଙ୍କୁ ଆଦିବାସୀ ବିରୋଧି କହି ରାଜ୍ୟ ସରକାର ବିରୁଦ୍ଧରେ ନାରାବାଜୀ କରିଥିଲେ । ଆହୁରି ଭାରତୀୟ ସମ୍ବିଧାନର ଧାରା ୨୪୩ ଡି. ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୧୦, ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯ର ଧାରା ୧୬ ଅନୁସାରେ ଆଦିବାସୀ ଜିଲ୍ଲା ୱାରୀ, ବ୍ଲକ ୱାରୀ ଜନସଂଖ୍ୟା ହିସାବରେ ପୂର୍ବପରି ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀଗୁଡିକ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରନ୍ତୁ ନଚେତ ଆଦିବାସୀମାନେ ନିର୍ବାଚନ କରାଇ ଦେବୁ ନାହିଁ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଚେତାବନୀ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ମହାସଚିବ ନରଞ୍ଜନ ବିଶି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବିଶିକେଶନ ଜାନୀ, ବ୍ଲକ ସଭାପତି ବଳଦେବ ଭୋଇ, ଅଷ୍ଟରତ୍ନ ବରିହା, ବସନ୍ତ ମାଝି, ବିପ୍ର ବିଶି, ସୁଦାମ ଚରଣ ଭୋଇ, କାହ୍ନୁ ଚରଣ ପ୍ରଧାନ, ଘନଶ୍ୟାମ ପ୍ରଧାନୀ, ସନ୍ତୋଷ ପୁଟା, ଘିମାନନ୍ଦ ଭୋଇ, ଦୁଃଖିଶ୍ୟାମ ଭୋଇ, ନିମାଇଁ ଝାଙ୍କର, ଗିରିଧାରୀ ଭୋଇ, ନିତ୍ୟାନନ୍ଦ ମାଝି, ଚକ୍ରଧର ଜାନି, ମହାଦେବ ଭୋଇ, ରାଜିବ କୁଅଁର, ପୁରୁଷୋତ୍ତମ ଧରୁଆ, ନିରଞ୍ଜନ ମାଝି, ଇଶ୍ୱର ଭୋଇ, ଟଙ୍କଧର ଧରୁଆ, ଥବିର ପୁଝାରୀ, ପ୍ରଫୁଲ୍ଲ ପ୍ରଧାନୀ, ରଘୁନାଥ ସିଂ ବରିହା, କୁନୁ ମୁଣ୍ଡା, ମନବୋଧ ବରିହା, ବିକ୍ରମ ଭୋଇ, ଟିକେଶ୍ୱର ଧରୁଆ, ସତ୍ୟନାରାୟଣ ଭୋଇ, ଦଶରଥ ଛତ୍ରିଆ, ଚୈତନ୍ୟ ମାଝି, ଗୋପାଳ ପଧାନ, ହେମନ୍ତି ସମରଥ, ଇଶ୍ୱର ମିର୍ଦ୍ଧା, ଦେବସିଂହ ମାଝି, ଚନ୍ଦ୍ରଶେଖର ବାଗ, ଭୁବନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − one =