ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅବସରପ୍ରାପ୍ତ ସୁଦୁକ୍ଷ ଶିକ୍ଷକ ଗିରିଧିରୀ ମେହେରଙ୍କ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ନିଜ ବାସଭବନ ଠାରେ ଗତ ରବିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ପରିବାର ମଧ୍ୟରେ ତାଙ୍କ ସ୍ତ୍ରୀ ଭେଷମତୀ ମେହେର ସମେତ ପାଞ୍ଚ ପୁତ୍ର ସୁବ୍ରତ କୁମାର ମେହେର, ଦେବବ୍ରତ ମେହେର, ପ୍ରିୟବ୍ରତ ମେହେର, ସତ୍ୟବାନ ମେହେର, ସେବାବ୍ରତ ମେହେର ଝିଅ ନମିତା ମେହେର ମୃତ୍ୟୁ ବେଳକୁ ଉପସ୍ଥିତ ଥିଲେ । ସେ ଜଣେ ସୁଦୁକ୍ଷ ଶିକ୍ଷକ ସହିତ ନାଟ୍ୟପ୍ରେମି ଥିଲେ । ସେ ପ୍ରଥମେ ଗାଇସିଲେଟ, ମହୁଲପାଲି, ବାଦିକଟା, ପଲସେନ ଆଦିରେ ଶିକ୍ଷକତା କରୁଥିଲେ । ବଡ ପୁତ୍ର ସୁବ୍ରତ ମେହେର ମୁଖାଗ୍ନୀ ଦେଇଥିଲେ । ତାଙ୍କର ପରଲୋକ ଖବର ଶୁଣି ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶବଦାହ ସମୟରେ ଗ୍ରାମ ତଥା ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × three =