ଭାଗବତ ପ୍ରସାଦ ନନ୍ଦ ଶ୍ରଦ୍ଧାଞ୍ଜଳି ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଥିଲା ଭାଗବତ ପ୍ରସାଦ ନନ୍ଦଙ୍କ ଜନ୍ମଭୂମି । ଏ ମାଟିର ପାଣି ପବନରେ ଗଢା ସେଇ ପୁଣ୍ୟାତ୍ମ ମଣିଷଙ୍କ ଜୀବନକୁ, କର୍ମର ଧାରାକୁ ନେଇ ଆଗାମୀ ପିଢି ନିଜକୁ ପ୍ରସ୍ତୁତ କରିପାରିବ, ସମାଜର ମଙ୍ଗଳ ପାଇଁ ବୋଲି ଆଜି ବଲାଙ୍ଗିରରେ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଶ୍ରଦ୍ଧାଞ୍ଜଳି ସମାବେଶ ଓ ତାଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ଭାଗବତାୟନର ଉନ୍ମୋଚନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମତ ଦେଇଛନ୍ତି ମଂଚାସୀନ ଅତିଥି ମାନେ । ଭାଗବତ ପ୍ରସାଦ ନନ୍ଦ ସ୍ମୃତି କମିଟି ଓ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାବେଶରେ ପ୍ରଫେସର ମଧୁସୂଦନ ପତି ସଭାପତିତ୍ୱ କରିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଡକ୍ଟର ଗୋପବନ୍ଧୁ ରଥ, ଜିଲ୍ଲା ସାମ୍ବାଦିକ ସଂଘ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ଡାକ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର, ଆକ୍ସନ କମିଟି ଆବାହକ ଗୋପାଲଜୀ ପାଣିଗ୍ରାହୀ, ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର, ମାହେଶ୍ବରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ଅବସରପ୍ରାପ୍ତ ପ୍ରଫେସର୍ ରବିଶଂକର ପାଣ୍ଡିଆ, ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାପାତ୍ର, ସ୍ମୃତି କମିଟି ଆବାହକ ଗୌରୀଦାସ ପ୍ରଧାନ, ନାଗରିକ କମିଟି ସଭାପତି ବେଲାର ସିଂ ଭୋଇ, ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ, ଓଡିଶା ସେବା ସମାଜର ପ୍ରତିଷ୍ଠାତ୍ରୀ ସର୍ବୋଦୟ ନେତ୍ରୀ ପଦ୍ମଶ୍ରୀ ଶ୍ରୀମତୀ ଶାନ୍ତି ଦେବୀ ପ୍ରମୁଖ ମଂଚାସୀନ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସହ ଆବାହକ ବୀରେନ୍ଦ୍ର କୁମାର ଝାଙ୍କର ଅତିଥିମାନଙ୍କୁ ସ୍ୱାଗତ ସହ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ସଭାର ପ୍ରାରମ୍ଭରେ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ସହଧର୍ମିଣୀ ଶ୍ରୀମତୀ ସୌଦାମିନୀ ନନ୍ଦ ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିଥିଲେ ଓ ପଦ୍ମଶ୍ରୀ ଶାନ୍ତି ଦେବୀ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଶେଷରେ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 3 =