pakka

ରାମନାଟ୍ୟ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ଶିଶୁଆପଡା ଗ୍ରାମରେ ମା’ କ୍ଷେତ୍ରପାଳ ରାମନାଟ୍ୟ ପରିଷଦ ଆନୁକୂଲ୍ୟରେ ରାମନାଟ୍ୟ ପରିବେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଡେଲାଙ୍ଗ-କୋଠାବାଡ଼ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ କେଳୁ ଚରଣ ଜେନା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ଜେନା, କେଶବ ଜେନା ଓ ପ୍ରସନ୍ନ କୁମାର ଜେନା ପ୍ରମୁଖ ଯୋଗ ଦେଇ ଯୁବ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଆମ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏହି ପୂଜ୍ୟପୂଜା ସଭାରେ ଶିକ୍ଷକ ପବିତ୍ର ମୋହନ ଜେନା ସଭାପତିତ୍ଵ କରିଥିଲେ । କୈଳାଶ ଚନ୍ଦ୍ର ଜେନା ଓ ଗଣେଶ ମହାରଣାଙ୍କୁ ସ୍ଵରୂପ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ସାସ୍କୃତିକ କାର୍ୟ୍ୟକ୍ରମ ମା’ କ୍ଷେତ୍ରପାଳ ରାମନାଟ୍ୟ ପରିଷଦର ଯୁବ କଳାକାର ମାନଙ୍କୁ ନେଇ ରାମନାଟକ ପରିବେଷଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!