pakka

କାଞ୍ଜିଅଁଳା ଓଷା ପର୍ବ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣପକ୍ଷ ନବମୀରେ ମାଆ ଷଠୀ ଦେବୀଙ୍କ ପୂଜା ‘କାଞ୍ଜିଅଁଳା ଓଷା’ ରୂପେ ସାରା ଓଡ଼ିଶାରେ ପାଳିତ ହୋଇଥାଏ । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟେକ ଘରେ ରବିବାର ଅପରାହ୍ନରେ କାଞ୍ଜି ଅଁଳା ଓଷା ପାଳିତ ହୋଇଯାଇଛି । ଏଥିରେ ଗୋଟିଏ ଛୋଟ ପୋଖରୀ ଖୋଳି ସେଠି ବାଳୁଙ୍ଗା ଧାନ, ସାରୁ, କୋଇଲିଖିଆ, କରେଣ୍ଡା ଆଦି ଗଛ ରଖାଯାଏ । ସାତଟି ପିତା ଶୁଖୁଆକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, କଜ୍ଜ୍ୱଳ ଲଗାଇ, ବୋହୂ ପରି ହଳଦିଆ କିମ୍ବା ଲାଲ କନା ପିନ୍ଧାଇ ରଖାଯାଏ । ଭାତ ଏବଂ କାଞ୍ଜି ସହ ପୋଇ, ପିତା ଶୁଖୁଆ, ମୂଳା ଓ କଖାରୁ ଆଦି ପଡ଼ି ଛଅ ପ୍ରକାର ତରକାରୀ, ଛଅ ପ୍ରକାର ପିଠା ଭୋଗ ଲଗାଇ ପୂଜା କରାଯାଏ । ଭୋଗ ହେଉଥିବା କାଞ୍ଜିରେ ଅଁଳା ପଡ଼ି ଥିବାରୁ ଓ ଏହା କୃଷ୍ଣ ନବମୀ ତିଥିର ପାଳନ ହେଉଥିବାରୁ ଏହା ‘କାଞ୍ଜିଅଁଳା ନବମୀ’ ବା ‘କାଞ୍ଜିଅଁଳା ଓଷା’ ଭାବେ ଲୋକେ ଉତ୍ସାହର ସହିତ ପାଳନ କରିଛନ୍ତି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!