pakka

ହେଲପିଂ ହାର୍ଟର ସମ୍ମାନିତ ସମାରୋହ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହାର୍ଟ ତରଫରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା । ଉକ୍ତ ଅନୁଷ୍ଠାନ ବେକାର ଯୁବକ ଯୁବତୀଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ ଆସୁଛି । ଏହା ସହିତ ଆଜିଠୁ ନୂତନ ବେଚର ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି । ଏବେ ଯୁବକ ଯୁବତୀ ମାନେ ଚାକିରୀ ନ ପାଇ ପଥ ଭ୍ରଷ୍ଟ ହେଉଥିବା ବେଳେ ହେଲପିଂ ହାର୍ଟର ଏହି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ଅଟେ । ଏହି ଅବସରରେ ଆଜି ଅନୁଷ୍ଠିତ ସଭାରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ନିଷ୍ଠା ପରିବାରକୁ “ଜୀବନ ରକ୍ଷକ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ସାମ୍ବାଦିକ ପ୍ରଭୁ ମହାନ୍ତି, ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରପାଲି ବିଧାୟିକା ରୀତା ସାହୁ, ଲିଟିଲ୍ ଏଞ୍ଜ୍ଜେଲ୍ ସ୍କୁଲର ଏମଡି ସୁନୀତା ମୁଣ୍ଡ, ଜଗବନ୍ଧୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ସହ ସମ୍ପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 + 2 =

error: Content is protected !!