pakka

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ସିସି ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ ହେବା ସହିତ କଲେଜ ଏନ୍‌ସିସିକୁ ପଚାଶ ବର୍ଷ ପୁର୍ତ୍ତି ଉପଲେକ୍ଷ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବରେ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ତା, କମାଣ୍ଡିଙ୍ଗ ଅଫିସ କର୍ଣ୍ଣେଲ ସି ସି ନାଗ, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ର, ଡ.ପୃଷେଠ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଶତାଧିକ ଏନ୍‌ସିସି କେଡେଟ, ପୂର୍ବତନ ଏନ୍‌ସିସି କେଡେଟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରିଥିଲେ । ମହା ବିଦ୍ୟାଳୟ ପୂର୍ବତନ ଏନ୍‌ସିସି ଅଧିକାରୀ ମେଜର ଡୋଲାମଣି ପୁରୋହିତ ଓ ମେଜର ଚିତ୍ତରଞ୍ଜନ ଦାଶଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତିତ ଜାତୀୟ ସ୍ତରରେ ଏନ୍‌ସିସି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସମସ୍ତ ପୁରାତନ କେଡେଟ୍ ମାନଙ୍କୁ ଟ୍ରଫି ପ୍ରଦାନ ପୁର୍ବକ ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକ ସଭାପତିତ୍ୱ କରିବା ସହିତ ଅଧ୍ୟାପକ ମିଥୁନ ମେହେର ସଂଯୋଜନା କରିଥିଲେ । ପ୍ରାଧ୍ୟାପକ ଲଳିତ କୁମାର ପଣ୍ତା, ବିରଞ୍ଚି ସାହୁ, ପ୍ରଭାତ ମହାପାତ୍ର, ପ୍ରମୋଦ ତ୍ରିପାଠୀ, ତାରା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!