pakka

ପାଣ୍ଡେଲରେ ରମାକାନ୍ତ କ୍ରିକେଟ ମେମୋରିଆଲ ଉଦ୍‌ଯାପିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପାଣ୍ଡେଲ ଗ୍ରାମର ଖେଳ ପଡିଆରେ ରମାକାନ୍ତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅନ୍ତର୍ଜାତୀୟ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ ଅତିଥି ରୂପେ ଯୋଗଦାନ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଦିବସରେ ପଣ୍ଡରାପିଟା ଓ ପାଣ୍ଡେଲ, ସାଲେପାଲି ଓ କୁଠୁର୍ଲା ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ସାଲେପାଲି କ୍ରିକେଟ ଟିମ୍‌ ବିଜେତା ଓ ପାଣ୍ଡେଲ କ୍ରିକେଟ ଟିମ୍‌ ଉପ ବିଜେତା ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ହୀରାଲାଲ ମାଝି, ଦଶରଥ ଭୋଇ, ରମେଶ ଭୋଇ, ଉମେଶ ଭୋଇ, ରୋଶନ ପଧାନ, ସୁଦାମ ପଧାନ, ଆକାଶ ବିଶ୍ୱାଳ, ସଂଜୀବ ଭୋଇ, ନିଳାମ୍ବର ସାହୁ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

2 + 1 =