pakka

ଭାରତୀୟ କିଷାନ ସଂଘ ଓଡିଶା ବଲାଙ୍ଗିର ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଷାନ ସଂଘର ପ୍ରତିଷ୍ଠା ଦିବସ ପାଳନର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡା. ଶଶିଭୂଷଣ ସାହୁଙ୍କ ସଭାପତିତ୍ୱରେ ଭାରତୀୟ କିଷାନ ସଂଘ ଓଡିଶା, ପ୍ରାଦେଶିକ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ମେହେରଙ୍କ ଉପସ୍ଥିତିରରେ ସଭା କାର୍ଯ୍ୟ ହୋଇଛି । ଭାରତୀୟ କିଷାନ ସଂଘ ଆଜି ତାରିଖରେ ୧୯୭୯ ମସିହାରେ ରାଜସ୍ଥାନର କୋଟା ସହରରେ ଦତ୍ତୋପନ୍ତ ଖେଙ୍ଗେଡି ଜୀଙ୍କ ନେତୃତ୍ୱରେ ଚାଷୀମାନଙ୍କ ପାଇଁ ଚାଷୀମାନଙ୍କ ଦ୍ୱାରା ଗଠିତ ହୋଇଛି । ଏହା ଏକ ଅଣରାଜନୈତିକ ସଂଗଠନ ଭାବରେ ବର୍ତ୍ତମାନ ସାରା ଭାରତରେ ଚାଷୀ ହିତରେ ତଥା ରାଷ୍ଟ୍ର ହିତରେ କାର୍ଯ୍ୟ କରିଆସୁଛି । ଚାଷୀମାନଙ୍କୁ ନେଇ ଏକ ପାରିବାରିକ ଭାବନାରେ ତଥା ଏକ ସୁତ୍ରରେ ସମସ୍ତଙ୍କ ସମସ୍ୟାକୁ ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇ ଆସୁଛି । ଦତ୍ତୋପନ୍ତ ଖେଙ୍ଗେଡି ଜୀଙ୍କ ଜୀବନୀ ସମ୍ବନ୍ଧରେ ରାଧାକୃଷ୍ଣ ମେହେର ବିଶେଷ ଭାବରେ ବର୍ଣ୍ଣନା କରିଥିଲେ । ଆଜି ଏହି ଶୁଭ ଅବସରରେ ହିତେଶ କୁମାର ସାହୁଙ୍କୁ ଭାରତୀୟ କିଷାନ ସଂଘ ବଲାଙ୍ଗିର ଜିଲ୍ଲାର କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଗଲା । ଉପସ୍ଥିତିରେ ମୁଖ୍ୟ ଭାବରେ ଦେବରାଜ ପ୍ରଧାନ, ହିତେଶ କୁମାର ସାହୁ, ଶ୍ରୀକର ପ୍ରଧାନ, ସୁବଳ ଚନ୍ଦ୍ର ରଣା, ଶ୍ୟାମ ସୁନ୍ଦର ସାହୁ, ପ୍ରହଲ୍ଲାଦ ସାହୁ ଓ ବିଶିଷ୍ଟ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଶ୍ରୀକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 2 =